www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକ ହତ୍ୟାକାରୀଙ୍କୁ ଦଣ୍ଡବିଧାନରେ ଉଦାସୀନ ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ: ସାମ୍ବାଦିକ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ସରକାର ଉଦାସୀନ। ‘କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ’(ସିପିଜେ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଏହା ପ୍ରକାଶ ପାଇଛି। ଏଭଳି ୧୪ଟି ଦେଶମାନଙ୍କୁ ନେଇ ପ୍ରକାଶିତ ତାଲିକାରେ ଭାରତ ପୁଣି ଥରେ ସ୍ଥାନ ପାଇଛି।
ସିପିଜେ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ଇମ୍ପ୍ୟୁନିଟି ଇଣ୍ଡେକ୍ସରେ ଗତ ୧୧ବର୍ଷ ଧରି ଭାରତ ଏହି ଅଲୋଡ଼ା ରେକର୍ଡ କରି ଆସିଛି। ରିପୋର୍ଟ ଅନୁଯାୟୀ ଭାରତରେ ଇତିମଧ୍ୟରେ ୧୮ଟି ସାମ୍ବାଦିକ ହତ୍ୟା ମାମଲାରେ ମଧ୍ୟ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରାଯାଇପାରିନାହିଁ। ତାଲିକାରେ ଭାରତ ୧୪ତମ ସ୍ଥାନରେ ରହିଛି। ସୋମାଲିଆ ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକ ହେଲା ସିରିଆ, ଇରାକ୍‍, ଦକ୍ଷିଣ ସୁଦାନ, ଫିଲିପାଇନ୍ସ, ଆଫଗାନିସ୍ତାନ, ମେକ୍ସିକୋ, କଲମ୍ବିଆ, ପାକିସ୍ତାନ, ବ୍ରାଜିଲ୍‍, ରୁଷିଆ, ବାଂଲାଦେଶ ଓ ନାଇଜେରିଆ। ତାଲିକା ପ୍ରସ୍ତୁତି ବେଳେ ଯୁଦ୍ଧ କିମ୍ବା ଅନ୍ୟାନ୍ୟ ସଂଘର୍ଷରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାକୁ ହିସାବକୁ ନିଆଯାଇନାହିଁ। ତେଣୁ ଭାରତ ପରି ସର୍ବବୃହତ୍‍ ଗଣତାନ୍ତ୍ରିକ ଦେଶରେ କେବଳ ବ୍ୟକ୍ତିଗତ ଆକ୍ରୋଶରୁ ସାମ୍ବାଦିକଙ୍କୁ ହତ୍ୟା କରାଯାଉଥିବା ସୂଚକାଙ୍କରୁ ସ୍ପଷ୍ଟ ହୋଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories