www.samajalive.in
Monday, December 8, 2025
27.1 C
Bhubaneswar

ଆଇଆଇଟି-ମାଡ୍ରାସର ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଏକ ମାସ ମଧ୍ୟରେ ଦ୍ୱିତୀୟ ଘଟଣା

ଡେସ୍କ: ଆଇଆଇଟି ମାଡ୍ରାସର ତୃତୀୟ ବର୍ଷର ବିଟେକ୍ ଛାତ୍ର ମଙ୍ଗଳବାର ଦିନ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ମୃତକ ଜଣଙ୍କ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବୈପୁ ପୁଷ୍ପକ ଶ୍ରୀ ସାଇ। ଆଇଆଇଟି ମାଡ୍ରାସ କ୍ୟାମ୍ପସରେ ଥିବା ତାଙ୍କ ଅଳକାନନ୍ଦ ହଷ୍ଟେଲ ରୁମରୁ ତାଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ଏକ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆତ୍ମହତ୍ୟା। ପୁଲିସ ଅଧିକାରୀଙ୍କ କହିବାନୁସାରେ, ପୁଷ୍ପକ ଅପରାହ୍ନରେ କ୍ଲାସରେ ଯୋଗ ଦେଇନଥିଲେ। ତାଙ୍କ ସାଙ୍ଗମାନେ ସନ୍ଦେହ କରି ହୋଇ ତାଙ୍କ କୋଠରୀକୁ ଯାଇ ଯାଞ୍ଚ କରିଥିଲେ। କୋଠରୀ ଭିତରୁ ବନ୍ଦ ଥିଲା। ଛାତ୍ରମାନେ କୌଣସି ପ୍ରକାରେ କୋଠରୀ ଖୋଲି ତାଙ୍କୁ ଝୁଲି ଥିବାର ଦେଖିଥିଲେ।

- Advertisement -

ପୁଲିସ ଏହି ଘଟଣାର ଅନୁସନ୍ଧାନ କରୁଛି। କୋଟୁରପୁରମ୍ ପୁଲିସ ଏହି ମାମଲା ରେକର୍ଡ କରି ମୃତଦେହକୁ ରୟାପେଟ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାର ତଦନ୍ତ ପାଇଁ ଆଇଆଇଟି ମାଡ୍ରାସ ଏକ ଆଭ୍ୟନ୍ତରୀଣ ଅନୁସନ୍ଧାନ କମିଟି ଗଠନ କରିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories