www.samajalive.in
Monday, December 8, 2025
27.1 C
Bhubaneswar

ଜିଲାସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ସମ୍ବଲପୁର: ସମ୍ବଲପୁର ଠାରେ ଜିଲାସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ସହିତ ଋଣ ପ୍ରଦାନ କର୍ମଶାଳା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ନରେନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ। ଏହି କର୍ମଶାଳାରେ ଚାଷୀ ମାନଙ୍କୁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତି ମାନଙ୍କ ଦ୍ୱାରା ମଧ୍ୟମ ଓ ଦୀର୍ଘ ମିଆଦୀ କୃଷି ଋଢ଼ ଯଥା କ୍ଷୁଦ୍ର ଜଳସେଚନ, ଉଦ୍ୟାନ କୃଷି, ଗୋପାଳନ, ଫାର୍ମ ମେକାନିଜମ ଓ ପମ୍ପସେଟ ଆଦି ନିମନ୍ତେ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମିତ ଋଣ ପରିଶୋଧ କରୁଥିବା ଚାଷୀ ମାନଙ୍କୁ ସରକାରଙ୍କ ଦ୍ୱାରା ସୁଧ ରିହାତି ଯୋଜନା ସର୍ମ୍ପକରେ ଅବଗତ କରାଯାଇଥିଲା। ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗ ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ଆନୁଷ୍ଠାନିକ ଋଣ (ବ୍ୟାଙ୍କ ଋଣ) ପ୍ରଦାନ ସୁବିଧା ବ୍ୟବସ୍ଥା କରିବା ପାଇଁ ପ୍ରତ୍ୟେକ ପେକ୍ସ ଓ ଲ୍ୟାମ୍ପ୍ସ ସ୍ତରରେ ଅଧିକରୁ ଅଧିକ ସଂଖ୍ୟକ ଯୁଗ୍ମଦେୟ ଗୋଷ୍ଠୀ ଓ ବଳରାମ ଯୋଜନାର ଗଠନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ବଳିଆ ଯୋଜନା ମାଧ୍ୟମରେ ହସ୍ତତନ୍ତ୍ର ବୁଣାକାର ମାନଙ୍କ ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ନିୟମିତ ୠଣ ପରିଶୋଧ କରୁଥିବା ବୁଣାକାର ମାନଙ୍କୁ ସମ୍ପୁର୍ଣ୍ଣ ସୁଧ ରିହାତି ପ୍ରଦାନ କରାଯିବା ପାଇଁ ସଚେତନ କରାଯାଇଥିଲା। ଏହି ଅବସରରେ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୬ଟି ବଳରାମ ଯୋଜନାରେ ଋଣ ନିମନ୍ତେ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ୨୩ ଜଣ ଚାଷୀ ମାନଙ୍କୁ ନୂତନ କିଷାନ କାର୍ଡ, ଜଣେ ମତ୍ସଜିବି ଚାଷୀ ଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ଓ ୪ଟି ପାୱାର ଟିଲର ଋଣ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲିପ କୁମାର ବଳ, ନାବାର୍ଡର ସୁନାରାମ ମାଝୀ, ମୁଖ୍ୟ ଜିଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ଭବାନୀ ଶଙ୍କର ନାଏକ, ଅମୁଲ୍ୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର ଏଜିଏମ ସୁଧିର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories