www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ପ୍ରତିନିଧି ଦଳଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ଆଭ୍ୟନ୍ତରୀଣ ମାନ ଯାଞ୍ଚ

କଲମପୁର: ଗଞ୍ଜାମ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଭ୍ୟନ୍ତରୀଣମାନ ଯାଞ୍ଚ କରିଥିଲେ। ସାଧାରଣ ଜନତା କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ତାହା ପଚାରି ବୁଝିଥିଲେ। ବିଶେଷ କରି ଗର୍ଭବତୀମାନଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଏହି ଟିମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ବିଭିନ୍ନ କାର୍ଯ୍ୟ ବୁଲି ଦେଖିବା ସହ କିଭଳି ସମସ୍ତ କାଗଜାତ ପ୍ରସ୍ତୁତ କରାଯାଉଛି ତାହା ଦେଖିଥିଲେ।

ଏହି ଗଞ୍ଜାମ ଜିଲା ସ୍ୱତନ୍ତ୍ର ଦଳରେ ଡିଡି.ଏମ ପ୍ରଫୁଲ୍ଲ କୁମାର ପାତ୍ର, ସିଡିଏମ ଦେବାଶିଷ ସାମଲ, ୟୁଡି ଏମ ଜିତେନ୍ଦ୍ର ପଶୁପାଳକ, ବିଡିଏମ କାହ୍ନୁଚରଣ ପାତ୍ର, ସିଦ୍ଧେଶ୍ୱର ଦାସଙ୍କ ସମେତ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିଡିଏମ ତ୍ରୁପ୍ତିଲକ୍ଷ୍ମୀ ମିଶ୍ର ଓ ସୌମ୍ୟ ରଞ୍ଜନ ନାୟକ ପ୍ରମୁଖ ସାମିଲ ହେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ଡା. ଅମିୟ କୁମାର ଜଗଦଲା, ଡା. ଜ୍ୟୋତିକ୍ରିଷ୍ଣା ମାଝୀ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories