ବିଜେଡିର ବିଶାଳ ଶୋଭାଯାତ୍ରା; ନାମାଙ୍କନ ପତ୍ର ଦାଖଲ ପାଇଁ ଗୋଟିଏ ମଞ୍ଚରେ ୩ ବିଧାୟକ

ରେଙ୍ଗାଲିକ୍ୟାମ୍ପ: ଆସନ୍ତା ଏପ୍ରିଲରେ ଅନୁଷ୍ଠିତ ହେବ ଅତାବିରା ଏନଏସି ନିର୍ବାଚନ। ଏ ନେଇ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେଡି ପକ୍ଷରୁ ଏକସଙ୍ଗେ ୧୩ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହି ଅବସରରେ ଅଗ୍ରସେନ ଭବନ ନିକଟସ୍ଥ ପଡ଼ିଆରେ ଏକ ବିରାଟ ମହାସଭାର ଆୟୋଜନ ହୋଇଥିଲା, ଯେଉଁଥିରେ ତିନି ଜଣ ବିଧାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେସ ଆଚାର୍ଯ୍ୟ, ଇପକଲ ରାଜ୍ୟ ସଭାପତି ପ୍ରାଭାଦିତ୍ୟ ମିଶ୍ର, ବୌଦ୍ଧ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌରପାଳିକା ଅଧ୍ୟକ୍ଷା କଳ୍ପନା ମାଝୀ ମଞ୍ଚାସୀନ ଥିଲେ। ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଅତିଥିମାନେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ। ଅତାବିରା ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ମଞ୍ଚ ପରିଚାଳନା ତଥା ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରାଙ୍କ ସ୍ଵାଗତ ଅଭିଭାଷଣରେ ସଭାକାର୍ଯ୍ୟ ଆଗେଇ ଯାଇଥିଲା ।

prayash

ଅତାବିରା ଏନଏସିରେ ପାଞ୍ଚବର୍ଷ ଧରି ବିଜେଡି ଶାସନ କାଳରେ ହୋଇଥିବା ବିକାଶର ସୂଚୀପତ୍ର ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାଇ ମୁଖ୍ୟ ଅତିଥି ତଥା ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ବିଶାଳ ଜନ ସମୁଦ୍ର ସମ୍ମୁଖରେ ଉଦବୋଧନ ଦେଇ ସମସ୍ତଙ୍କ ମଧ୍ୟରେ ଏକତା ରଖି ଓ ବିଜେଡି ସହିତ ସହଯୋଗୀ ମନୋଭାବ ରଖି ବିକାଶ ଧାରାକୁ ନିରବଚ୍ଛିନ୍ନ କରିବା ପାଇଁ କହିଥିଲେ। ଏହା ବ୍ୟତୀତ କୌଣସି ରାଜନୈତିକ ଦଳର ପ୍ରରୋଚନାରେ କିମ୍ବା ପ୍ରଲୋଭନରେ ନ ପଡ଼ି, ଉପଯୁକ୍ତ ବ୍ୟକ୍ତିଙ୍କୁ ନିଜ ଅଞ୍ଚଳ ପାଇଁ ବାଛିବାର ଅବସର ଓ କ୍ଷମତା ଜନ ସାଧାରଣଙ୍କ ହାତରେ । ଦୁର୍ନୀତିକାରୀଙ୍କୁ ଚିହ୍ନିବାର ସମୟ ଆସିଛି । ଅତାବିରା ଏନଏସିରେ ବିଜେଡ଼ି ଶାସନ କାଳ ପୂର୍ବରୁ ଥିବା ଜନ ସାଧାରଣଙ୍କ ସମସ୍ୟା ଓ ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ଅଞ୍ଚଳର ଯେଉଁ ସବୁ ବିକାଶ ଉପରେ ତର୍ଜମା କରିବାର ସମୟ ଆଜି ଜନତାଙ୍କର ବୋଲି ଅତିଥିମାନେ ନିଜ ନିଜ ଅଭିଭାଷଣରେ କହିଥିଲେ । ରାଜ୍ୟ ମହିଳା ଉପ ସଭାପତି ସୁଜାତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାପରେ ବିଶାଳ ଜନ ସମାବେଶରେ ମହିଳାଙ୍କର ବିରାଟ ପଟୁଆର ସହିତ ଏକ ବିରାଟ ଶୋଭାଯାତ୍ରା ବାହାରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ମା’ ଦୁର୍ଗାଙ୍କ ପାଖରେ ସମସ୍ତ ଅତିଥି, ନାମାଙ୍କନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଆଶୀର୍ବାଦ ଭିକ୍ଷା କରିବା ପରେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀ ବରଗଡ଼ ଉପ ଜିଲ୍ଲାପାଳ ଲଲାଟ ଲୁହାଙ୍କୁ ୧୨ ଟି କାଉନସିଲର ପ୍ରାର୍ଥୀ ଓ ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

କାଉନସିଲର ପଦ ପାଇଁ ୱାର୍ଡ ନଂ ୧ ପାଇଁ ସତ୍ୟ ମିଶ୍ର, ୱାର୍ଡ ନଂ ୨ ପାଇଁ ଶିବାନନ୍ଦ ତ୍ରିପାଠୀ, ନଂ ୩ ପାଇଁ ନେପାଳ ପ୍ରଧାନ, ୪ ନଂ ପାଇଁ ସବିତା ମଲ୍ଲିକ, ୫ ନଂ ପାଇଁ ରାଜୀବ କହର, ୬ ନଂ ପାଇଁ ପ୍ରମିଳା ପ୍ରଧାନ, ୭ ନଂ ପାଇଁ ବିଲ୍ଲସ ଯୋନପୁରି , ୮ ନଂ ପାଇଁ ରେଣୁକା ପ୍ରଧାନ, ୯ ନଂ ପାଇଁ ନାରାୟଣ ସାହୁ, ୧୦ ପାଇଁ ସୁରେଖା ବାଗ, ୧୧ ନଂ ପାଇଁ ଅନୁଶୟା ବିଶ୍ଵାଳ, ୧୨ ନଂ ପାଇଁ ଯମୁନା ଭୂଏ ଓ ଅଧ୍ୟକ୍ଷ ପଡ଼ା ପାଇଁ ବନମାଳୀ ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ ୯ ତାରିଖରୁ ଆଜି ସୁଦ୍ଧା ୩୪ଟି ଫର୍ମ କାଉନସିଲର ପାଇଁ ବିକ୍ରି ହୋଇଥିବା ବେଳେ ୩ଟି ଫର୍ମ ଅଧ୍ୟକ୍ଷ ପଦ ପାଇଁ ବିକ୍ରି ହୋଇଥିବା ଜଣାପଡିଛି ।

kalyan agarbati

Comments are closed.