www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଘଟଣା.. ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କ ଉପରୁ ହଟିଲା ନିଲମ୍ବନ.. ନିଲମ୍ବନ ହଟାଇଲେ ବାର କାଉନସିଲ ଅଫ ଇଣ୍ଡିଆ..

ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି.. ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା.. ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି..

- Advertisement -

ନେପାଳ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମ ଚନ୍ଦ୍ର ପୌଡେଲ.. ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ନେପାଳର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ହରି କୃଷ୍ଣ କାରକୀ..

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ.. କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି.. ୧୦ ଜଣ ପରୀକ୍ଷାର୍ଥୀ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ପରୀକ୍ଷା କେନ୍ଦ୍ରର ସହକାରୀ ଶିକ୍ଷକ କିଶୋର ମହାନ୍ତି ଏଥିରେ ଗୁରୁତର ହୋଇଛନ୍ତି..

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ଫଟୋକପି ବା ଜେରକ୍ସ ଦୋକନରେ ଚଢଉ.. କେନ୍ଦୁଝର ଆନନ୍ଦପୁର ପୌରପାଳିକାରେ ଥିବା ବିଭିନ୍ନ ଜେରକ୍ସ ଦୋକାନ ଉପରେ ଉପଜିଲ୍ଲାପାଳ ଏବଂ ପୁଲିସ୍‌ ଅଧିକାରୀ ମିଳିତ ଭାବେ ଚଢଉ କରିଛନ୍ତି.. ଏହି ସବୁ ଜେରକ୍ସ ଦୋକାନମାନଙ୍କରେ ସାମ୍ଭବ୍ୟ ପ୍ରଶ୍ନୋତ୍ତରକୁ ମାଇକ୍ରୋ ଜେରକ୍ସ କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା..

ପ୍ରଚଣ୍ଡ ଶଦ୍ଦରେ ଥରିଲା ଓଡ଼ିଶାର ୪ ଜିଲ୍ଲା.. ବଲେଶ୍ୱର ସହ ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କେତକ ଅଂଶରେ ଏହି ପ୍ରଚଣ୍ଡ ଶଦ୍ଦ ଶୁଣାଯାଇଥିଲା.. କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା..

ଓଡ଼ିଶାରେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..  ରାଜ୍ୟର ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି.. ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଜାରି କରାଯାଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି..

ପୂରୀ ଜିଲ୍ଲା ହରିପୂର୍ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଘଟଣା, ତଦନ୍ତ ରିପୋର୍ଟ ଦାଖଲ ହୋଇଛି.. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚଳିତ ମାସ ୩୦ ତାରିଖ ଯାଏଁ ସ୍କୁଲରେ ପ୍ରବେଶ ମନା କରାଯାଇଛି..

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଗରମ ଡାଲି ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ..

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ଭାରତ, କ୍ରମାଗତ ଦ୍ୱିତୀୟ ଥର ପାଇଁ ପହଞ୍ଚିଲା..

ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର.. ଛୁଆ ହାତୀ ଓ ଦମ୍ପତି ମଧ୍ୟରେ ଗଢ଼ି ଉଠିଥିବା ସଂପର୍କକୁ ନେଇ ତାମିଲ ଭାଷାରେ ନିର୍ମିତ ୩୯ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’..

ଓସ୍କାରରେ ଇତିହାସ ରଚିଲା ଭାରତୀୟ ଫିଲ୍ମ ‘ଆରଆରଆର’.. ‘ଆରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମିଳିଲା ଓସ୍କାର..

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories