www.samajalive.in
Wednesday, December 10, 2025
26.1 C
Bhubaneswar

ଜମି ଗଣ୍ଡଗୋଳକୁ ନେଇ ପଥରରେ ଛେଚି ହତ୍ୟା ଉଦ୍ୟମ

କଲମପୁର : ଜମିକୁ ନେଇ ପୂର୍ବରୁ ଥିବା ଘରୋଇ ହିଂସାର ଉଗ୍ର ରୁପ ନେଇ ଜନୈକ ପୁତୁରାକୁ ତାର ନିଜ କକା ପଥରରେ ଛେଚି ହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ସମଗ୍ର କଲମପୁର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ମିନଗୁର ପଞ୍ଚାୟତ ଧନପୁର ଗ୍ରାମର ରୁଷି ରଣା ୩୫ ବର୍ଷଙ୍କ ସହିତ ତାର କକା ରଘୁ ନାଥ ରଣା (ବିଜେ)ଙ୍କ ସହିତ ଜମି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ରହିଆସିଥିଲା। ଅନେକ ସମୟରେ ଜମିକୁ ନେଇ ଗଣ୍ଡଗୋଳ ହେଉଥିଲା। ସୋମବାର ଏହା ବିଷ୍ପୋରକ ରୂପ ନେଇ ଧନପୁର ଚାରିଛକ ନିକଟରେ ଗଣ୍ଡଗୋଳ ହେବା ପରେ ଅତ୍ୟଧିକ ଉତେଜିତ କକା ରଘୁନାଥ ଏକ ପଥର ସାହାଯ୍ୟରେ ପୁତୁରା ରୁଷିର ମୁଣ୍ଡକୁ ପିଟି ଦେଇଥିଲା। ପଥର ମାଡରେ ଗଭୀର ଆଘାତ ପାଇ ରୁଷି ତଳେ ପଡିଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାକୁ ପରିବାର ଓ ଗାଁର କିଛି ଲୋକ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବଲେନ୍ସ ସହାୟତାରେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବା କାରଣରୁ ତୁରନ୍ତ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକତା ଥିବା ଦର୍ଶାଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେବା ଯୋଗୁଁ ତାକୁ ସ୍ତାନାନ୍ତରିତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ କକା ବଡକୁଟୃ ପୁଲିସ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ତରଫରୁ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବ୍ୟବହାର କରିଥିବା ପଥରକୁ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ପିଡିତ ପରିବାର ତରଫରୁ କୌଣସି ମାମଲା ରୁଜୁ କରାଯାଇନଥିବା ଫାଣ୍ଡି ଅଧିକାରୀ ଜୟଦେବ ତାରିଣୀ ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories