www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଫୁଲବାଣୀ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ୩ ଦଫା ଦାବୀକୁ ନେଇ ଚାଲୁ ରହିଥିବା ମିଳିତ ପ୍ରାଥମିକ ଶିକ୍ଷକ ବର୍ଗଙ୍କ ଆନ୍ଦୋଳନ ଓ ଆଲୋଚନାକୁ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତି ସାରିଥିଲେ ସୁଦ୍ଧା ଦାବୀ ପୂରଣ ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି। ଫଳରେ ବିଧାନସଭାରେ ଏହା ଉପସ୍ଥାପିତ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ଫୁଲବାଣୀ-ଫିରିଙ୍ଗିଆ-ଖଜୁରୀ ପଡ଼ା-ଚକାପାଦ ବ୍ଲକର ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି/ସଂପାଦକ, ଅନ୍ୟାନ୍ୟ କର୍ମକର୍ତ୍ତା ତଥା ଜିଲ୍ଲା ସଂଗଠନ କର୍ମକର୍ତ୍ତାଙ୍କ ତରଫରୁ ଫିରଙ୍ଗିଆ ବ୍ଲକର ଗୋଛାପଡ଼ା ନିକଟସ୍ଥ ପକାରୀ ଗ୍ରାମ ବାସଭବନରେ ଏନେଇ ସାକ୍ଷାତ ଆଲୋଚନା କରାଯାଇଛି। ଏଥି ସହ କନ୍ଧମାଳ ଜିଲ୍ଲାର ସଦର ମହକୁମାକୁ ଦୂର ଦୂରାନ୍ତର ବ୍ଲକଗୁଡ଼ିକରୁ ବିଭିନ୍ନ ସରକାରୀ କାର୍ଯ୍ୟ ନିମନ୍ତେ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ରହଣି/ନିତ୍ୟକର୍ମ ଓ ବିଶ୍ରାମ ଟିକିଏ ନେବା ପାଇଁ ଅନେକ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ତେଣୁ ବିଧାୟକଙ୍କୁ ଜିଲ୍ଲା ସଦର ମହକୁମାରେ ଏକ ଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନଟିଏ ନିର୍ମାଣରେ ସହଯୋଗ କରିବା ପାଇଁ ବିନମ୍ର ଅନୁରୋଧ ଜଣାଇଛନ୍ତି । ଉଭୟ ଅନୁରୋଧ ଓ ଦାବୀକୁ ଯଥୋଚିତ ସମର୍ଥନ ଓ ସମ୍ମାନ ଦେଇ ସେ ତାଙ୍କ ସ୍ତରରେ ଉଭୟ ଅନୁରୋଧକୁ ପୂରଣ ନିମନ୍ତେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories