www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲ୍ଲାପାଳଙ୍କ ଜନ ଶୁଣାଣି; ଅଞ୍ଚଳ ବୁଲି ପରଖିଲେ ସମସ୍ୟା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ମନିସା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଆସନ ଅଳଙ୍କୃତ କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ୍, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି ଜନ ଶୁଣାଣିରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ତଥା ଅନ୍ୟ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏଥିରେ ୧୩୯ ଜଣ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ । କିନ୍ତୁ ମୁଖ୍ୟ ଅଭିଯୋଗ ରହିଥିଲା ଚାଷୀଙ୍କ ଜମି ଉପରେ ଏଲ ଆଣ୍ଡ ଟି କମ୍ପାନୀ ଜୋର୍ ଜବରଦସ୍ତ ଭାବରେ ଗଙ୍ଗାଧର ଜଳ ଯୋଗାଣ ପାଇପ ସଂଯୋଗ କରିବା । ପାଞ୍ଚ ବର୍ଷର ଏକ ବାଳକ ପାଇଁ ସହାୟତା ଭତ୍ତା ଆଦି ଆଲୋଚନା ହୋଇଥିଲା । ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ତାଙ୍କ ନିଜସ୍ୱ ଜମିରେ ଏଲ ଆଣ୍ଡ ଟି କମ୍ପାନୀ/ଗଙ୍ଗାଧର ଜଳସେଚନ ପ୍ରକଳ୍ପ କମ୍ପାନୀ ଜୋର୍ ଜବରଦସ୍ତ ଭାବେ ଲୋକଙ୍କ ବ୍ୟକ୍ତିଗତ ଜମିକୁ ଖୋଲିଦେଇ ପାଇପ ଟାଣିଛି, ଏପରିକି ଜମି ଭିତରେ ରାସ୍ତା କରିଦେଇ ନିଜ କାମ ପାଇଁ ସୁବିଧା କରୁଛି । ଏହା ଫଳରେ ୪ଟି ପଞ୍ଚାୟତର ଲୋକଙ୍କ ୪୦୦ ଏକରରୁ ଊର୍ଦ୍ଧ୍ବ ଚାଷ ଜମି ନଷ୍ଟ ହୋଇ ଚାଷ ହୋଇପାରୁ ନାହିଁ। ଯଦି ଚାଷୀମାନେ କହୁଛନ୍ତି ତେବେ ତାଙ୍କୁ ଧମକ ଚମକ ଦେଇ ସେମାନଙ୍କୁ ଚୁପ କରିଦେଇ ନିଜର ମନମୁଖୀ କରୁଛି ।

ଅପର ପକ୍ଷରେ ଯଦି ଅନ୍ୟର ନିଜସ୍ୱ ଜମିକୁ ବ୍ୟବହାର କରୁଛି ତେବେ ତାର ଜମିର ମୂଲ୍ୟ ତାକୁ ଦେବା କଥା, କିନ୍ତୁ ତାହା ବି ଦେଉନାହିଁ । ଆହୁରି ମଧ୍ୟ ବଡ ବଡ଼ ଗଛକୁ ଅନାୟାସରେ କାଟି ଛିନ୍ ଭିନ୍ କରୁଛି । ତେଣୁ ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇ ଏହି କମ୍ପାନୀ ବିରୁଦ୍ଧରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମାଗିଥିଲେ । ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତହସିଲଦାର ଓ ପୁଲିସକୁ ଏହାର ସତ୍ୟାସତ୍ୟ ଘଟଣାର ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

- Advertisement -

ଦ୍ଵିତୀୟ ମୁଖ୍ୟ ଅଭିଯୋଗ ଥିଲା ସ୍ବାସ୍ଥ୍ୟ ଉପରେ। ସ୍ବର୍ଣ୍ଣା ଗ୍ରାମର ହରିଜନ ପଡ଼ାର ମାତା ସୂର୍ଯ୍ୟ କୁମ୍ଭାର ଓ ପିତା ଗୌରାଙ୍ଗ କୁମ୍ଭାର ନିଜର ୫ ବର୍ଷର ପୁଅ ସ୍ଵାଧୀନର ସ୍ବାସ୍ଥ୍ୟାବସ୍ଥା ଉପରେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ଶାରୀରିକ ତଥା ମାନସିକ ଦିବ୍ୟାଙ୍ଗ । ସେ ଛିଡ଼ା ହୋଇପାରୁ ନାହିଁ କି ଚାଲିବା ବୁଲିବା କରିପାରୁ ନାହିଁ। ମଝିରେ ମଝିରେ ରୋଗ ଅଧିକ ବାହାରି ପରିବାର ଲୋକଙ୍କୁ ମଧ୍ୟ ବ୍ୟତିବ୍ୟସ୍ତ କରୁଛି । କିନ୍ତୁ ଆର୍ଥିକ ଅକ୍ଷମତା ଯୋଗୁଁ ତାର ଚିକିତ୍ସା ହୋଇ ପାରୁନାହିଁ ବୋଲି କହିଥିଲେ । ଜିଲ୍ଲାପାଳ ବାଳକର ଏହି ଅବସ୍ଥା ଦେଖି ମର୍ମାହତ ହୋଇଥିଲେ । ସଙ୍ଗେ ସଙ୍ଗେ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହ ଭତ୍ତା, ଇନ୍ଦିରା ଆବାସ ଓ ଆବଶ୍ୟକ ପଡ଼ିଲେ ସରକାରୀ ସାମର୍ଥ୍ୟ ଅନୁସାରେ ମଧ୍ୟ ତାଙ୍କୁ ସରକାରୀ ସୁବିଧା ଦେବା ପାଇଁ ଅନୁମତି ଦେଇଥିଲେ । ଫଳରେ ପିଲାର ବାପା ମାଆ ଓ ଅତ୍ୟନ୍ତ ଖୁଡି ହୋଇ ଜିଲ୍ଲାପାଳଙ୍କୁ ସାଧୁବାଦ ଦେଇଥିଲେ । ଅନ୍ୟ ସମସ୍ତ ଅଭିଯୋଗର କଥା ଶୁଣି ତା ପ୍ରତି ବିହୀତ ପଦକ୍ଷେପ ନେବେ ବୋଲି କହିଥିଲେ । ସିଆରପି ପଦ ପାଇଁ ଆବେଦନ କରିବାରେ ଲାଗୁଥିବା କାଗଜ ପତ୍ର ଉପରେ ରହିଥିବା ସଂଶୟ, ମିଶନ ଶକ୍ତିରେ ରହିଥିବା ୧୮୮ଟି ସିଆରପି ପଦବୀ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ କାଗଜ ପତ୍ର ଗ୍ରହଣ ଯୋଗ୍ୟ କି ନୁହେଁ ବୋଲି ରହିଥିବା ସଂଶୟ ଆଦିକୁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ତାର ଉପଯୁକ୍ତ ଉତ୍ତର ଦେଇଥିଲେ ଜିଲ୍ଲାପାଳ ମହୋଦୟା।

ଏହାପରେ ସେ ବ୍ଲକରୁ ବାହାରି ଚାରିପଟେ ବୁଲି ଦେଖିଥିଲେ। ମହିଳାମାନଙ୍କ ପାଇଁ ଏକ କ୍ୟାଣ୍ଟିନ ଖୋଲିବା ନେଇ ପୂର୍ବରୁ ରହିଥିବା ଆବେଦନକୁ ଭିତ୍ତି କରି ସେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ପୁରୁଣା ପ୍ରାଥମିକ ସ୍କୁଲକୁ ଦୃଷ୍ଟି ଦେଇ ସେଠାରେ କ୍ୟାଣ୍ଟିନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ୍ ସମ୍ମୁଖରେ ଜବର ଦଖଲ କରି ଦୋକାନ କରିଥିବା ଘରକୁ ହଟାଇ କ୍ୟାଣ୍ଟିନ କରାଯାଉ ବୋଲି ସେ କହିଥିଲେ । ଅଭିଯୋଗ ଭିତରେ ୯୦ ପ୍ରତିଶତ ଘର ଓ ଭତ୍ତା ପାଇଁ ରହିଥିବା ବେଳେ ୧୦ ପ୍ରତିଶତ ଅନ୍ୟାନ୍ୟ ସମସ୍ୟା ରହିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories