www.samajalive.in
Monday, December 8, 2025
27.1 C
Bhubaneswar

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ମହାବାତ୍ୟାର ୧୯ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ୟ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର ଲୋକାର୍ପଣ କରିଛନ୍ତି । ସୋମବାର ରବିନ୍ଦ୍ର ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରକୃତିକ ବିପର୍ଯ୍ୟୟ ବିଷୟରେ ଓଡ଼ିଶାବାସୀଙ୍କୁ ଆଗୁଆ ସୂଚନା ପାଇଁ ଏହି କେନ୍ଦ୍ର ଉଦଘାଟନ କରିଛନ୍ତି । ଥରକୁ ଥର ପ୍ରାକୃତିକ ବିପର୍ଯ୍ୟୟ କବଳରୁ ଓଡିଶାବାସୀଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଏନଡିଆରଏଫ, ଓଡିଆରଏଏଫ, ଅଗ୍ନିଶମ ବିଭାଗ ଏବଂ ଓଏଫଡିସି ଦଳକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଂଶସା କରିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ୧୯ ବର୍ଷ ପୁରିଛି । ୨୦୦୦ ମସିହାରୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଉଛି । ଫାଇଲିନ୍ ଓ ହୁଡୁହୁଡୁ ଭଳି  ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ସଫଳ ମୁକାବିଲା କରିଛନ୍ତି । ତେବେ ୧୯୯୯ ମସିହାର ମହାବାତ୍ୟାରେ ପ୍ରାଣ ହରାଇଥିବା ପରିବାର ବର୍ଗ ଏବଂ ପ୍ରଭାବିତ ହୋଇଥିବା ପିଡ଼ୀତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories