www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟ ରାଙ୍କିଙ୍ଗ ଟେବୁଲ ଟେନିସ ଚମ୍ପିଆନସିପ୍‍: ସିନିୟର ବର୍ଗରେ ଆସିଫ୍‍ ଓ ମୟୁରୀ ଚମ୍ପିଆନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏସନ (କେଡ଼ିଟିଟିଏ) ଆନୁକୂଲ୍ୟରେ ସହିଦ୍‍ ନଗର ଇନ୍‍ଡୋର ହଲରେ ଚାଲିଥିବା ୧୩ଶ କେଡ଼ିଟିଟିଏ ରାଜ୍ୟ ରାଙ୍କିଙ୍ଗ ଟେବୁଲ ଟେନିସ ଚମ୍ପିଆନସିପ୍‍ ରବିବାର ଉଦ୍‍ଯାପିତ ହୋଇଯାଇଛି। ଏଥିରେ ପୁରୁଷ ସିଙ୍ଗଲସ୍‍ ବିଭାଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ର ଆସିଫ ହକ୍‍ ଚମ୍ପିଆନ ହୋଇଛନ୍ତି। ଫାଇନାଲରେ ଆସିଫ୍‍ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବିକାଶ ସିଂହଙ୍କୁ (୪-୨) ୧-୧୧, ୧୧-୫, ୧୧-୪,୧୧-୭, ୫-୧୧, ୧୧-୯ରେ ପରାସ୍ତ କରିଛନ୍ତି।
ମହିଳା ସିଙ୍ଗଲ୍‍ସରେ ଭଦ୍ରକର ମୟୁରୀ ଚାଟାର୍ଜୀ ଚମ୍ପିଆନ ହୋଇଛନ୍ତି। ଫାଇନାଲରେ ମୟୁରୀ ୪-୨ ଗେମ୍‍ରେ ଭୁବନେଶ୍ୱରର ଓ ସମର୍ଥା ପୃଷ୍ଟିଙ୍କୁ ପରାସ୍ତ କରିଛନ୍ତି। ୟୁଥ୍‍ ବାଳକ ସିଙ୍ଗଲସ ସିଙ୍ଗଲ୍‍ସ ହୋଇ କଟକର ସାହିଲ ସୁମନ ଭୂୟାଁ ୩ୟ ଟାଇଟଲ ଜିତିଛନ୍ତି। ଫାଇନାଲରେ ସାହିଲ କଟକର ଆର୍ଯ୍ୟ ଶଙ୍କର ମହାପ୍ରସସ୍ଥଙ୍କୁ ପରାସ୍ତ କରିଛନ୍ତି। ଭେଟରାନ ୪୦ ବର୍ଷରୁ ଊର୍ଦ୍ଧ୍ବରେ ଏଜି ଓଡ଼ିଶାର ସୁଜିତ ରାୟ ଚମ୍ପିଆନ, ଆର୍‍ଏସ୍‍ପିର ଆଲବର୍ଟ କିଣ୍ଡୋ ରନର୍ସଅପ, ୫୦ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ନାଲ୍‍କୋର ଦେବାଶିଷ ଗୋପ ଚମ୍ପିଆନ ଓ ନାଲ୍‍କୋର ଲିଙ୍ଗରାଜ ଭଞ୍ଜ ରନର୍ସଅପ, ୬୦ବର୍ଷରୁ ଊର୍ଦ୍ଧ୍ବରେ ଖୋର୍ଦ୍ଧାର ରବୀନ୍ଦ୍ର କୁମାର ସାହୁ ଚମ୍ପିଆନ, ଖୋର୍ଦ୍ଧାର ବିଜନ ଦାସ ମହାପାତ୍ର ରନର୍ସଅପ, ଭେଟରାନ ଡବଲସ୍‍ରେ ଖୋର୍ଦ୍ଧାର ପିକେ. ସାମନ୍ତରାୟ-ସ୍ମୃତିରଞ୍ଜନ ଦାସ ଚମ୍ପିଆନ, ନାଲ୍‍କୋର ଦେବାଶିଷ ଗୋପ-ଲିଙ୍ଗରାଜ ଭଞ୍ଜ ରନର୍ସଅପ, କର୍ପୋରେଟ କପ ପୁରୁଷ ସିଙ୍ଗଲସ୍‍ରେ ଇନ୍‍ଫୋସିସ୍‍ର ଅନିର୍ବାଣ ରାୟ ଚମ୍ପିଆନ ଓ ଏଚ୍‍ପିସିଏଲ୍‍ର ଶୁଭବ୍ରତ ଖାନ୍‍ ରନର୍ସଅପ ହୋଇଛନ୍ତି।
ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହାରଣା, ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏସନ ସମ୍ପାଦକ ସ୍ମୃତିରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଶଶାଙ୍କ ମହାପାତ୍ର, ଆୟୋଜନ କମିଟି ସମ୍ପାଦକ ବିଜନ ଦାସ ମହାପାତ୍ର କୃତୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories