www.samajalive.in
Monday, December 8, 2025
20.1 C
Bhubaneswar

ଅବହେଳା ଯୋଗୁ ପୋଡ଼ିଗଲା ଏକର ଏକର ସହରାଞ୍ଚଳ ଜଙ୍ଗଲ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷା ନାଳ ସେକ୍ସନ ମୂଷାନାଳ ନିକଟସ୍ଥ ପାତର ଡଙ୍ଗର ରେତ ନଦୀ କୂଳରେ ମୂଷା ନାଳ ବନ ବିଭାଗ ଦ୍ଵାରା ୨୦୧୯-୨୦ ମସିହାରେ ପ୍ରାୟ ୭ ଏକର ଜମିରେ ସହରାଞ୍ଚଳ ବନୀକରଣ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏଥିରେ ୧୦ ହଜାର ଗଛ କାଜୁ, ନିମ୍ବ, ତେନ୍ତୁଳି, ଆମ୍ବ, ପଣସ, ଶିଶୁଆ ଆଦି ମୂଲ୍ୟବାନ ଗଛ ଲଗାଯାଇଥିଲା। ତେବେ ଗତ କାଲି ନିଆଁ ଲାଗି ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ଗଛ ନିଆଁରେ ପୋଡ଼ି ଧ୍ୱଂସ ହୋଇଯାଇଛି। ମୂଷାନାଳ ବନ ବିଭାଗ ଅଧୀନରେ ଥିବା ଏହି ଜଙ୍ଗଲରେ ଉଭୁଜଲାଲ ହରିଜନ ଜଗୁଆଳି ଦାୟିତ୍ଵରେ ରହିଥିବା ବେଳେ ସେ ୩ ମାସ ହେଲା ନିଜ ଦରମା ନ ପାଇବା ଯୋଗୁଁ ଆଉ ଦେଖାରଖା କରୁନାହାନ୍ତି। ବର୍ତ୍ତମାନ ଏହି ଜଙ୍ଗଲ ତାରବାଡ଼ ଭିତରେ ବହୁ ଅନାବନା ଗଛ ଲାଗି ରହିଥିବା ବେଳେ ବହୁଦିନ ଧରି ଏହାକୁ ସଫାସୁତୁରା କରାଯାଉନାହିଁ। ଗତ କାଲି ନିକଟସ୍ଥ ଜଙ୍ଗଲରୁ ନିଆଁ ଆସି ଜଙ୍ଗଲରେ ଲାଗି ଯାଇଥିଲା। ବନ ବିଭାଗର ଅନୁପସ୍ଥିତି ଓ ଅବହେଳା ଯୋଗୁଁ ପୂର୍ବରୁ ଫାୟାର ଲାଇନ କଟାଯାଇ ନଥିଲା। ଯାହା ଫଳରେ ପ୍ଲାଣ୍ଟର ଚାରି ପାର୍ଶ୍ବରେ ଶୁଖିଲା ପତ୍ର ପଡି ରହିଥିବା ଯୋଗୁଁ ସହଜରେ ନିଆଁ ଲାଗି ଯାଇ ହଜାର ହଜାର ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଓ ରେଞ୍ଜର ନରୋତ୍ତମ ମାଝୀ ପୂର୍ବରୁ ରହିଥିବା ଜଗୁଆଳି ଉଭୁଜଲାଲଙ୍କୁ ଫୋଟ କାହିଁକି ଭାଇରାଲ କଲୁ ବୋଲି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories