www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଆଜି

କେପ୍‌ଟାଉନ୍‌ : ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ଗୁରୁବାର ଅ​ଷ୍ଟ୍ରେ‌ଲିଆ ଓ ଭାରତ ମଧ୍ୟରେ ଖେଳାଯିବ। ଅଦ୍ୟାବଧି ପ୍ରଦର୍ଶନକୁ ଦେଖିଲେ କହିହେବ ଯେ ଏହି ମ୍ୟାଚ୍‌ ଜିତି ୮ମ ସଂସ୍କରଣରେ ୭ମ ଥର ଫାଇନାଲ ଖେଳିବାକୁ ଅଷ୍ଟ୍ରେଲିଆ ଫେଭରିଟ୍‌। ଲିଗ୍‌ ପର୍ଯ୍ୟାୟ​‌େ​‌ର ୪ଟିଯାକ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଗ୍ରୁପ୍ ଶୀର୍ଷରେ ରହିଥିଲା। ୪ଟିଯାକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ସଂଘର୍ଷ କରିବାକୁ ପଡ଼ିନାହିଁ। ଅଦ୍ୟାବଧି କୌଣସି ଦଳ ଏହା ବିପକ୍ଷରେ ୧୨୫ ରନ୍‌ ମଧ୍ୟ କରି ପାରିନାହିଁ। ଅନ୍ୟପକ୍ଷରେ ଭାରତ ତା’ର ୩ଟି ଗ୍ରୁପ୍‌ ମ୍ୟାଚ୍‌କୁ ସହଜରେ ଜିତିଥିଲା। ତେବେ ୨୯ ରନ୍‌ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ଇଂଲଣ୍ଡ ୧୫୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଭାରତକୁ ଗ୍ରୁପ୍‌ରେ ୨ୟ ସ୍ଥାନ ମିଳିବାରୁ ଗ୍ରୁପ୍‌-୧ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପଡ଼ୁଛି।
ଅଦ୍ୟାବଧି ଭାରତ ଖେଳିଥିବା ୪ଟି ମ୍ୟାଚ୍‌ରେ ଯେପରି ପ୍ରଦର୍ଶନ କରିଛି; ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ତା’ର ପ୍ରଦର୍ଶନ ମାନ ବହୁତ ଉପରକୁ ନେବାକୁ ପଡ଼ିବ। ଅଷ୍ଟ୍ରେଲିଆର ଖେଳାଳି ଭାରତ ଅପେକ୍ଷା ଅଧିକ ଅଭିଜ୍ଞ। ବେଶ୍‌ କିଛିବର୍ଷ ହେଲା ସେମାନେ ଖେଳି ଆସୁଛନ୍ତି। ଗତ ୭ଟି ସଂସ୍କରଣରୁ ଅଷ୍ଟ୍ରେଲିଆ ୫ ଥର ଚମ୍ପିଆନ୍ ହୋଇଛି। ଭାରତ ୫ମ ଥର ସେମିଫାଇନାଲ ଖେଳିବାକୁ ଯାଉଛି। ଗତ (୨୦୨୨) ସଂସ୍କରଣରେ ଭାରତ ଓ ଅ​‌େ​‌ଷ୍ଟ୍ରଲିଆ ମଧ୍ୟରେ ଫାଇନାଲ ଖେଳା ଯାଇଥିବା ବେଳେ ଆଲିସା ହିଲି ଓ ବେଥ୍ ମୁନିଙ୍କ ବିସ୍ଫୋରକ ଇନିଂସ ବଳରେ ୮୫ ରନ୍‌ର ବିପୁଳ ବ୍ୟବଧାନରେ ଅଷ୍ଟ୍ରେଲିଆ ଜିତିଥିଲା। ଉଭୟ ଦଳଙ୍କ ମଧ୍ୟରେ ୩୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୨୨ଟି ଓ ଭାରତ ୬ଟି ଜିତିଛି। ପୁଣି ୨୦୧୮ରୁ ଅଦ୍ୟବଧି ଅଷ୍ଟ୍ରେଲିଆ ୬୩ଟି ଟ୍ବେଣ୍ଟି୨୦ ଖେଳି ୫୩ଟି ଜିତିଛି। ଓପ୍‌ନର ଆଲିସା ହିଲି ଚମତ୍କାର ଫର୍ମରେ ଅଛନ୍ତି ଏବଂ ୩ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ସହ ୧୪୬ ରନ୍‌ କରିଛନ୍ତି। ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଙ୍ଗ୍‌, ଆସ୍‌ଲେ ଗାର୍ଡନର ଓ ତାହ୍‌ଲିଆ ମ୍ୟାକ୍‌ଗ୍ରା ଭଲ ପ୍ରଦର୍ଶନ କରିଛନ୍ତି। ବୋଲିଂରେ ମେଗାନ୍ ସ୍କଟ୍, ଆସ୍‌ଲେ ଗାର୍ଡନର ଓ ଜର୍ଜିଆ ୱେର୍‌ହାମ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆର ସମସ୍ତ ବୋଲର ଓଭର ପିଛା ୬ରୁ କମ୍ ରନ୍‌ ଦେଇଛନ୍ତି। ଅନ୍ୟପକ୍ଷରେ ଆଶା ଅନୁସାରେ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ଚମତ୍କାର ପ୍ରଦର୍ଶନ କରି ୩ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ସହ ୧୪୯ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର୍ କରିବାକୁ ହେଲେ ମାନ୍ଧାନାଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। ୧୯ ବର୍ଷ ବୟସ୍କା ରିଚା ଘୋଷ ୪ଟି ମ୍ୟାଚ୍‌ରୁ ୧୪୦ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୧୨୨ ରନ୍‌ କରି ମାତ୍ର ଥରେ ଆଉଟ୍‌ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲକରି ଜେମିମା ରଡ୍ରି​‌େ​‌ଗ୍ବଜ୍‌ ଦଳକୁ ଜିତାଇଥିଲେ ହେଁ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ଶେଫାଳି ବର୍ମା ଇନିଂସ ଆରମ୍ଭରୁ ଭଲ ବ୍ୟାଟିଂ କରୁଥିଲେ ହେଁ ଲମ୍ବା ଇନିଂସ ଖେଳି ପାରିନାହାନ୍ତି। ଅଧିନାୟିକା ହରମନପ୍ରୀତ କୌର ୪ଟି ମ୍ୟାଚ୍‌ରୁ ମାତ୍ର ୬୬ ରନ୍‌କରି ଦଳକୁ ନିରାଶ କରିଛନ୍ତି। ପେସ୍‌ ବୋଲର ରେଣୁକା ସିଂହ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ ନେଇଥିଲେ ହେଁ ବାକି ୩ଟି ମ୍ୟାଚ୍‌ରୁ ମାତ୍ର ୨ଟି ୱିକେଟ ପାଇଛନ୍ତି। ଅଫ୍‌ସ୍ପିନର ଦୀପ୍ତି ଶର୍ମା ୫ଟି ୱିକେଟ ପାଇଥିଲେ ହେଁ ଓଭର୍ ପିଛା ୮ ରନ୍‌ ପାଖାପାଖି ବ୍ୟୟ କରିଛନ୍ତି। ବାମହାତି ସ୍ପିନର ରାଧା ଯାବଦ ମାତ୍ର ୨ଟି ୱିକେଟ ପାଇଥିଲେ ହେଁ ରାଜେଶ୍ବରୀ ଗାଏକ୍‌ୱାଡ୍‌ କୌଣସି ୱିକେଟ ପାଇନାହାନ୍ତି। ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ରୋକିବାକୁ ହେଲେ ଭାରତୀୟ ବୋଲରଙ୍କୁ ଏହି ପ୍ରଦର୍ଶନର ମାନ ବହୁତ ଉପରକୁ ଉଠାଇବାକୁ ପଡ଼ିବ। ପେସ୍‌ ବୋଲରଙ୍କ ବିପକ୍ଷରେ ଭାରତୀୟ ଭଳ ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ଗତ ୫ ବର୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୮ ଥର ପ୍ରତିପକ୍ଷ ଦଳ ୧୬୦ରୁ ଅଧିକ ରନ୍‌ କରିଥିବା ବେଳେ ଭାରତର ୫ ଥର ଏହା କରିପାରିଛି। କ୍ରମାଗତ ୨ୟ ଫାଇନାଲ ଖେଳିବାକୁ ହେଲେ ଭାରତୀୟ ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories