www.samajalive.in
Tuesday, December 9, 2025
16.1 C
Bhubaneswar

ମାର୍ଚ୍ଚ ୧ରୁ +୨ ଥିଓରୀ ପରୀକ୍ଷା

ଭୁବ‌େ‌ନଶ୍ବର : ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି । ଭୁବନେଶ୍ବର ଠାରୁ ୧୦୦କିମି ବାହାରେ ଥିବା ହବ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି। ୧୦୦କିମି ପରିସରରେ ଥିବା ହବ୍ କେନ୍ଦ୍ରକୁ ଆସନ୍ତା ସୋମବାର ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ସମସ୍ତ ହବ୍ କେନ୍ଦ୍ରକୁ ୨୮ଟି ରୁଟରେ ପ୍ରଶ୍ନପତ୍ର ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ଅବିଭକ୍ତ କୋରାପୁଟ ଜିଲା ସମେତ ପଶ୍ଚିମ ଓଡ଼ିଶାର କିଛି ହବକୁ ୮ଟି ରୁଟରେ ୮ଟି ବସରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି (ଗୁରୁବାର) ଆଉ ୮ଟି ବସରେ ପ୍ରଶ୍ନପତ୍ର ପଠଯିବ। ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯାଇଛି। ଚଳିତବର୍ଷ ଥିଓରୀ ପରୀକ୍ଷା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମୋଟ୍ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନା ଲାଗି ୨୦୨ ହବ୍ ଖର୍ଚ୍ଚ ବାବଦରେ ୧ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories