www.samajalive.in
Tuesday, December 9, 2025
16.1 C
Bhubaneswar

ତୁର୍କୀ ଭୂମିକମ୍ପ ଉଦ୍ଧାରକାରୀଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ହୋଇଥିବା ଭୟାବହ ଭୂମିକମ୍ପର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ରବିବାର ତୁର୍କୀ ସରକାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ନେଇ ଘୋଷଣା କରିଛନ୍ତି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଭାରତର ଏନଡିଆରଏଫ୍ ଓ ସେନା ବାହିନୀ ସ୍ବଦେଶ ଫେରିଆସିଛନ୍ତି। ତୁର୍କୀ ଓ ସିରିୟା ଭୂମିକମ୍ପରେ ଉଦ୍ଧାର ଓ ରିଲିଫ ନିମନ୍ତେ ଭାରତ ସରକାର ‘ଅପରେସନ ଦୋସ୍ତ’ ନାମରେ ଅଭିଯାନ କରିଥିଲେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ଦୋସ୍ତରେ ସାମିଲ ଏନଡିଆରଏଫ୍ ଓ ସେନା କର୍ମଚାରୀଙ୍କ ସହିତ କଥା ହୋଇଛନ୍ତି। ଅପରେସନ ଦୋସ୍ତ ଅଭିଯାନରେ ଭାରତ ଏନଡିଆରଏଫ୍‌ର ତିନିଟି ଦଳ (୧୫୦ଜଣ ସଦସ୍ୟ)ଓ ସେନାର ୨୫୦ କର୍ମଚାରୀଙ୍କୁ ତୁର୍କୀ ପଠାଇଥିଲା। ଏହା ସହିତ ଭାରତ ୧୩୫ଟନ ରିଲିଫ ପଠାଇଥିଲା। ତୁର୍କୀ ଓ ସିରିୟା ଭୂମିକମ୍ପ ମୃତ୍ୟୁସଂଖ୍ୟା ୪୬ହଜାରରେ ପହଞ୍ଚିଛି। ଆହୁରି ଅନେକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories