www.samajalive.in
Monday, December 8, 2025
17.1 C
Bhubaneswar

୧୫୦ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ; ହରମନପ୍ରୀତ ବିଶ୍ବର ପ୍ରଥମ କ୍ରିକେଟର

ଜିକ୍ଵେ‌ବେରା  (ଦକ୍ଷିଣ ଆଫ୍ରିକା) : ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର ସୋମବାର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପୁରୁଷ ହେଉ ବା ମହିଳା; ବିଶ୍ବର ପ୍ରଥମ କ୍ରିକେଟର ଭାବେ ହରମନପ୍ରୀତ ୧୫୦ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସୋମବାର ଏଠାରେ ଆୟରଲାଣ୍ଡର ବିପକ୍ଷରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଆୟରଲାଣ୍ଡ ବିପକ୍ଷରେ ଖେଳି ହରମନପ୍ରୀତ ଏହି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି କ୍ରମରେ ୨ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ସୁଜି ବେଟ୍‌ସ। ଏହି ଅଭିଜ୍ଞ ବ୍ୟାଟର ୧୪୩ଟି ଆନ୍ତର୍ଜାତିକ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଇଂଲଣ୍ଡର ଡାନି ୱାଟ୍‌ ୧୪୧ଟି ମ୍ୟାଚ୍‌ ଖେଳିଛନ୍ତି। ପୁରୁ​‌ଷ କ୍ରିକେଟରଙ୍କ ମଧ୍ୟରେ ରୋହିତ ଶର୍ମା ବିଶ୍ବରେ ସର୍ବାଧିକ ୧୪୮ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ପାକିସ୍ତାନର ସୋଏବ୍‌ ମାଲିକ୍‌ ୧୨୪ଟି ଓ ନ୍ୟୁଜିଲାଣ୍ଡର ମାର୍ଟିନ୍ ଗପ୍‌ଟିଲ ୧୨୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସୋମବାର ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହରମନପ୍ରୀତ କୌର ୨୦ ବଲ୍‌ରୁ ୧୩ ରନ୍‌ କରିଛନ୍ତି। ୨୦୦୯ରେ ଟ୍ବେଣ୍ଟି୨୦ ପଦାର୍ପଣ କରିଥିବା ହରମନପ୍ରୀତ ଅଦ୍ୟାବଧି ୧୫୦ଟି ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ଗୋଟିଏ ଶତକ ଓ ୯ଟି ଅର୍ଦ୍ଧଶତକ ସହ ୨୭.୯ ଆଭ୍‌ରେଜ୍ ସହ ୩୦୦୬ ରନ୍‌ ସ୍କୋର୍ କରିଛନ୍ତି। ଏହାସହ ହରମନପ୍ରୀତ କୌର ପ୍ରଥମ ଭାରତୀୟ ଏବଂ ବିଶ୍ବର ୪ର୍ଥ ବ୍ୟାଟର୍ ଭାବେ ୩ ହଜାର ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ରନ୍‌ ପୂରଣ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories