www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ଲକସ୍ତରୀୟ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସିସ୍ଥିତ ଲାଦରପlଲି ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ର ୨୪ଟି ପଞ୍ଚାୟତର କାର୍ଯ୍ୟାଳୟ ମାନଙ୍କରେ ପତ୍ର ସଂଖ୍ୟା ୫୬୮, ୧୬/୨/୨୦୨୩ ମାଧ୍ୟମରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଗ୍ରାମ ରୋଜଗାର ସେବକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଶିକ୍ଷା ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀମାନଙ୍କୁ ପ୍ରଚାର ପ୍ରସାର ପାଇଁ ଜଣାଯାଇଥିଲା।

ଏହି ଶିବିର ରେ ଯେଉଁ ଭିନ୍ନ କ୍ଷମମାନଙ୍କ ପ୍ରମାଣପତ୍ର ହୋଇନାହିଁ ସେମାନେ ୟୁଡିଆଇପି ପୋର୍ଟାଲ, ଏସଟିଟିପିଏସ ମାଧ୍ୟମରେ ନିକଟସ୍ଥ ସହଜ ଜନସେବା କେନ୍ଦ୍ର କିବା କମ୍ପ୍ୟୁଟର କେନ୍ଦ୍ରରେ ଅନଲାଇନ୍ ମାଧ୍ୟମରେ ଆବେଦନ କରି ଆବେଦନ ପତ୍ର ସହ ଆଧାର କାର୍ଡ, ଫଟୋ , ବିପିଏଲକାର୍ଡ/ ଆୟ ପ୍ରମାଣ ପତ୍ର କିମ୍ବା ବ୍ୟାଙ୍କ୍ ପାସ ବହି ସାଙ୍ଗରେ ଧରି ଉକ୍ତ ଶିବିରରେ ସଂପୃକ୍ତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ବୋଲି ଅବଗତ କରାଯାଇଥିଲା ।

- Advertisement -

ଏହା ବ୍ୟତୀତ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟକ ଉପକରଣ, ବସ୍ ପାସ ,ଡି ଆର୍ ଆଇ ଲୋନ୍ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇପାରିବେ ।ଏହି ଶିବିର କୁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାରେ ସଭାପତିତ୍ବ କରିଥବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁଓ ବ୍ଲକ ହିସାବ ରକ୍ଷକ ଆସାଡୁ କିଷାନ ମଞ୍ଚାସିନ ଥିଲେ। ଶିବିରରେ ଶ୍ରବଣ ବାଧିତ ୪ ଜଣ, ଦୃଷ୍ଟି ବାଧିତ ୧୦ ଜଣ , ରକ୍ତ ହୀନତା ୭ ଜଣ, ମାନସିକ ଅନଗ୍ରସର ୧୦ ଜଣ, ଶାରୀରିକ ବିକଳାଙ୍ଗ ୫୧ ଜଣ ଓ ଅନ୍ୟାନ୍ୟ ବର୍ଗରେ ୯ ଜଣ ମୋଟ ୯୧ ଜଣ ନାମ ପଞ୍ଜୀକୃତ କରିଥିଲେ। ଏହି ସମସ୍ତ ବିଭାଗରେ ଡଃ ଅବଧୂତ ପ୍ରଧାନ,ଡଃ ପ୍ରଭାତ କୁମାର ରାଉଳ, ରାମ ଗୋପାଳ ପାଣିଗ୍ରାହୀ, ରଞ୍ଜନ ଭୋଇ ଓ ରବିନାରାୟଣ ମିଶ୍ର ପରୀକ୍ଷା ନିରୀକ୍ଷା କରିଥିଲେ।

ଏମାନଙ୍କ ମଧ୍ୟରୁ ଜଣକୁ ହ୍ୱିଲ ଚେୟାର, ଜଣକୁ ଟ୍ରାଇ ସାଇକଲ, ଦୁଇ ଜଣଙ୍କୁ ଶ୍ରାବଣ ଯନ୍ତ୍ର ଓ ୨୪ ଜଣଙ୍କୁ ବସ୍ ପାସ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ନିୟୋଜିତ ହୋଇଥୂବା ଡାକ୍ତରଙ୍କ ପରାମର୍ଶ କ୍ରମେ ପଞ୍ଜିକୃତ ହୋଇଥିିବା ଭିନ୍ନକ୍ଷମ ରୋଗୀ ମାନଙ୍କ ଯାହା ଆବଶ୍ୟକ ଯୋଗାଇ ଦିଆ ଯାଇଥିଲା । ରୋଗୀ ମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟପାନୀ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟ କ୍ରମାକୁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ,ବ୍ଲକ କର୍ମଚାରୀ ଓ ସମନ୍ୱିତ ଶିଶୁ ବିକାଶର କର୍ମଚାରୀ ସହଯୋଗ କରିଥିବା ବେଳେ ଅସାଡୁ କିଶାନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories