www.samajalive.in
Monday, December 8, 2025
27.1 C
Bhubaneswar

ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଂକରପୁର ଗ୍ରାମରେ ଦ୍ୱାଦଶ ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଏହି ଟୁର୍ଣ୍ଣମେଣ୍ଟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରମୋଦିନୀ ଖଟୁଆ ଓ ଶିକ୍ଷାବିତ୍ ବୈଷ୍ଣବ ଚରଣ ମହାରଣା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଢ଼େଙ୍କାନାଳର କସ୍ମସ୍ ଟିମ୍ ଓ ପୁରୀର ପାୟୋନିୟର ଟିମ୍ ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ କସ୍ମସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ ଓଭରରେ ସମସ୍ତ ଉଇକେଟ ହରାଇ ୧୨୩ ରନ୍ ସଂଗ୍ରହ କରିଥିଲା। ଦଳର ବିଳାସ ରାଉତ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଥିଲେ। ଜବାବରେ ପାୟୋନିୟର ୬ ଉଇକେଟ ହରାଇ ବିଜୟ ଲାଭ କରିଥିଲା। ଦଳର ରାଜେଶ ବେହେରା ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିବା ବେଳେ ସୁମିତ୍ ମିଶ୍ର ଅପରାଜିତ ୩୧ ରନ୍ ସଂଗ୍ରହ କରିବା ସହିତ ୩ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ। ସୁନୀଲ ଚନ୍ଦ୍ର ରାଉତ, କାମଦେବ ପ୍ରଧାନ, ଜାଫର ଅଲ୍ଲୀ ସାହା, ଶୀର୍ଷାନନ୍ଦ ବେହେରା, ରଞ୍ଜନ ପରିଡ଼ା, କାହ୍ନୁ ଚରଣ ଓଝା, ଅଭିରାମ ଲେଙ୍କା, ରମେଶ ହାତୀ, ପ୍ରକାଶ ମାଝୀ ଓ ପି. ଜିତେନ୍ଦ୍ର କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୋମବାର ଦିନ କେନ୍ଦ୍ରାପଡ଼ାର ବାଲାବାବା କ୍ରିକେଟ କ୍ଲବ୍ ଓ ଭଦ୍ରକର ୟୁନିକ୍ କ୍ରିକେଟ ଏକାଡେମୀ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଆୟୋଜକ ଜୟଦୂର୍ଗା କ୍ଲବର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories