www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ବଢିଲା ଚିତା ବଂଶ – ଦକ୍ଷିଣ ଆଫ୍ରିକାରୁ ଆସିଲେ ୧୨ ଚିତା

ନୂଆଦିଲ୍ଲୀ – ଭାରତରେ ଚିତା ବଂଶ ବୃଦ୍ଧି ପାଇଛି । ପୂର୍ବରୁ ନାମ୍ବିଆରୁ ୮ଟି ଚିତା ଆସିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରୁ ଆହୁରି ୧୨ଟି ଚିତା ବାଘଙ୍କୁ ବାୟୁସେନାର ବିମାନରେ ଭୋପାଳ ଅଣାଯିବା ପରେ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଛି ।

- Advertisement -

ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ନିଜର ୭୨ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ୮ଟି ଆଫ୍ରିକୀୟ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଛି ।

ପୂର୍ବରୁ ଭାରତରେ ଚିତାବଂଶ ଲୋପ ପାଇଥିଲେ । ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ଆସନ୍ତା ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷର ୧୨ଟି ଲେଖାଏଁ ଚିତା ଅଣାଯିବା ସହ ଭିରତର ବିଭିନ୍ନ ଜଙ୍ଗଲରେ ଛଡାଯିବେ। ୧୯୫୨ ମସିହାରୁ ଭାରତରେ ଚିତା ବାଘ ବିଲୁପ୍ତ ହୋଇଯାଇଥିବା ଘୋଷଣା କରାଯାଇଥିଲା । ଏହା ବିଶ୍ୱରେ ସବୁଠାରୁ କ୍ଷୀପ୍ର ବେଗରେ ଦୌଡୁଥିବା ଜୀବ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories