ଚାଲିଗଲେ ଅଲିଫ ଲୈଲାର ସିନ୍ଦବାଦ, ଶ୍ରୀକୃଷ୍ଣାର ନନ୍ଦବାବା, ପୁରସ୍କାର ନେବା ବେଳେ ଅଭିନେତା ଶାହାନବାଜ ପ୍ରଧାନଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ଶୁକ୍ରବାରରେ ଲୋକପ୍ରିୟ ଅଭିନେତା ଶାହନବାଜ ପ୍ରଧାନଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୫୬ ଶାହାନବାଜ ମୀର୍ଜାପୁର ସହ ଅନେକ ଲୋକପ୍ରିୟ ସିନେମା, ଟିଭି ସିରିଏଲ୍ ଏବଂ ଓ୍ୱେବ ସିରିଜ୍‌ରେ କାମ କରିଛନ୍ତି ।

 

View this post on Instagram

 

A post shared by Yashpal Sharma (@iyashpalsharma)

ଶାହାନବାଜ ଏକ କାର୍ଯ୍ୟକ୍ରମରେ ପୁରସ୍କାର ନେବା ପାଇଁ ଯୋଗ ଦେଇଥିଲେ । ସେଠାରେ ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ହୋଇଛି । ସେ ଲୋକ ପ୍ରିୟ ପୌରାଣିକ ଟିଭି ସିରିଏଲ୍‌ ଶ୍ରୀକୃଷ୍ଣାରେ ନନ୍ଦବାବାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଅଲିଫ ଲୈଲାରେ ସିନ୍ଦବାଦ ଭାବେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ ।

ପଢନ୍ତୁ- ବିମାନରେ ଆସିଲେ ଚିତା

ବୋମ୍ୟକେଶ୍‌ ବକ୍ସି ସିରିଏଲ୍‌ରେ ପୁଲିସ୍‌ ଅଧିକରୀ ଭାବେ ନଜର ଆସିଥିଲେ । ସେ ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି ।

Comments are closed.