www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡି ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ସମଗ୍ର ରାଜ୍ୟରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଚାଲୁଛି। ‘ତିତ୍‍ଲି’ ବାତ୍ୟାଜନିତ ଉପୁଜିଥିବା ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ଯୋଗୁ ଏହି କାର୍ଯ୍ୟକ୍ରମ ଠିକ୍‍ ଭାବେ ସବୁ ସ୍ଥାନରେ ପାଳନ କରାଯାଇ ପାରିନାହିଁ। ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାରରେ ପହଞ୍ଚିବାର ଲକ୍ଷ୍ୟ ପୂର୍ଣ୍ଣମାତ୍ରାରେ ହାସଲ ହୋଇପାରି ନାହିଁ। ଏଣୁ ପଦଯାତ୍ରା କାର୍ଯ୍ୟକ୍ରମକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଦଯାତ୍ରାରେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେଭଳି ସାମିଲ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମର୍ମରେ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଏହି ପଦଯାତ୍ରାରେ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ବିଶେଷକରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରୁ ବାଦ୍‍ ପଡିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଖାଉଟି କାର୍ଡ ଯୋଗାଇବା ପାଇଁ ରାଜ୍ୟର ‘ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା’ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ।
ଦଳ ପକ୍ଷରୁ ଗଢ଼ାଯାଇଥିବା ୱାର୍ଡ କମିଟିର ସଦସ୍ୟ ଏବଂ ଜନସାଧାରଣଙ୍କୁ ସଂପୃକ୍ତ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ପତ୍ରରେ ଅନୁରୋଧ କରାଯାଇଛି।
ଏଥିସହିତ ସେମାନେ ଓଡ଼ିଶା ପ୍ରତି ଲଗାତାର କେନ୍ଦ୍ରୀୟ ଅବହେଳା, ବିଶେଷକରି ମହାନଦୀ ଓ ପୋଲାଭରମ୍‍ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ଅହେତୁକ ଦରବୃଦ୍ଧି କରି ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ଆର୍ôଥକ ବୋଝ ଲଦିବା, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ୍‍ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ଏହି ପରିବର୍ଦ୍ଧିତ ପଦଯାତ୍ରାରେ ଅବଗତ କରାଇବେ। ଏ ନେଇ ଦଳର ସମସ୍ତ କର୍ମମତ୍ତାଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିବା ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories