www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପିର ଜନଜାଗରଣ ଯାତ୍ରା

ଭୁବନେଶ୍ୱର:ରାଜ୍ୟରେ ଦୀର୍ଘ ୧୯ ବର୍ଷ ଧରି ବିଜେଡି ସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ବୁଡି ରହିଛି ବୋଲି ବିଜେପି ଅଭିଯୋଗ କରିଛି। ସରକାରଙ୍କ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ଶନିବାର ରାଜ୍ୟର ୫୦ରୁ ଊର୍ଦ୍ଧ୍ବ ବ୍ଲକ ସମ୍ମୁଖରେ ନାରାବାଜି, ପିକେଟିଂ ଓ ବିକ୍ଷୋଭ କରାଯାଇଛି। ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାରେ କିଭଳି ପିସି କାରବାର ହେଉଛି ସେ ନେଇ ଅଭିଯୋଗ କରାଯାଇଛି। ହିତାଧିକାରୀମାନେ ଯୋଜନାର ଲାଭ ଉଠାଇବାକୁ ହେଲେ ପ୍ରତି ପରିବାର ପିଛା ହଜାର ହଜାର ଟଙ୍କା ବିଜେଡି ନେତାଙ୍କୁ ଗଣିବାକୁ ପଡୁଛି। ରାସ୍ତା କାମଠୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନା ଟେଣ୍ଡରରେ ଠିକା ଦିଆଯିବା ସହ ବହୁ ମାତ୍ରାରେ ପିସି ଆଦାୟ କରାଯାଉଛି। ଚିଟ୍‍ଫଣ୍ଡ ମହାଦୁର୍ନୀତି, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିରେ ଗରିବ ଓଡିଆ ଆଜି ନିଷ୍ପେସିତ ହୋଇଛନ୍ତି। ଶାସକ ବିଜେଡି କୃଷିଋଣରେ ଜାଲିଆତି, ନକଲି କୀଟ ନାଶକ ବିହନ ବଣ୍ଟନ, ଧାନ କିଣାରେ ତଞ୍ଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ ସବସିଡ୍‍ର ବାଟମାରଣା କରି କୋଟି କୋଟି ଟଙ୍କା ହଡପ କରିଚାଲିଛି ବୋଲି ଅଭିଯୋଗ ହୋଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟସରକାରଙ୍କ ଦୁର୍ନୀତିର ଚିଠା ଖୋଲିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।
ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭୁବନେଶ୍ୱର ବ୍ଲକ ସମେତ ବାଲିକୁଦା, କଣାସ,ବାଙ୍କୀ, ଡମପଡା, ଧରାକୋଟ, ବିଶ୍ରା, ନୂଆ ଗାଁ, ତେଲକୋଇ, ବାଙ୍ଗିରିପୋଷି, ଉଦଳା, ବସ୍ତା, ଭଣ୍ଡାରିପୋଖରୀ, ବଙ୍ଗମୁଣ୍ଡା, ନଣ୍ଡାହାଣ୍ଡି,ଜଶିପୁର, ଶାଲିଆ ପଦା, ମୋହନା, କାଶିନଗର, ଲକ୍ଷ୍ମୀପୁର, କଣ୍ଟାପାଦ ବ୍ଲକ ସମେତ ୫୦ରୁ ଊର୍ଦ୍ଧ୍ବ ବ୍ଲକ ସମ୍ମୁଖରେ ହଜାର ହଜାର ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସେ କହିଛନ୍ତି ଯେ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ସରକାରୀ ପାଣ୍ଠିରେ ବିଜେଡି ଦଲାଲ ଏବଂ ଠିକାଦାର ମାନଙ୍କ ବିକାଶ ହେଉଛି। ସେହିପରି ଗ୍ରାମସଭା, ପଲ୍ଲୀସଭା ସରପଞ୍ଚ ଓ ସମିତିସଭ୍ୟଙ୍କ ଅଧିକାର ଛଡାଇ ନେଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠା ଅନୁଯାୟୀ ସେମାନଙ୍କୁ କାମ ଦିଆଯାଉଛି। ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାଁ ସାର୍ବଜନୀନ ନକରି ଦଳୀୟ କର୍ମୀଙ୍କୁ ସରକାରୀ ଅର୍ଥର ଲାଭଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରିବା, ଦଳୀୟ ଭିତିରେ ରାସନ କାର୍ଡ ବଣ୍ଟନ କରିବା, ବିଭିନ୍ନ କ୍ଷତିପୂରଣ ରାଶିକୁ ଦଳୀୟ ଭିତ୍ତିରେ ବାଣ୍ଟି ବିଜେଡି ହୀନ ରାଜନୀତି କରିଚାଲିଛି। ବିଜୁଯୁବ ବାହିନୀ ଗଠନ କରିବା, ନୂଆ ସ୍ୱୟଂ ସହାୟିକା ଗୋଷ୍ଠୀ ଗଢି ଦଳୀୟ ଆଧାରରେ ଟଙ୍କା ବାଣ୍ଟିବା ଭଷ୍ଟ୍ରାଚାର ବିଜେଡି ସରକାରର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories