www.samajalive.in
Tuesday, December 9, 2025
16.1 C
Bhubaneswar

ତ୍ୱଚାରୁ ଦାଗ ଦୂର ସହ ଚମକ ବୃଦ୍ଧି କରେ ମହୁ

ମହୁ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଅନେକ ପୁରାତନ କାଳରୁ ମହୁର ବ୍ୟବହାର କରାଯାଉଛି। ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଘରେ ମଧ୍ୟ ମହୁ ଫେସିଆଲ କରିପାରିବେ। ତ୍ୱଚାରୁ ଦାଗ ଦୂର ସହ ଚମକ ବୃଦ୍ଧି ପାଇଁ ଏହାକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ ..

ପ୍ରଥମେ ମହୁର ଏକ ପତଳା ସ୍ତର ମୁହଁରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ ଏହାକୁ ମୁହଁରେ ଲଗାଇ ରଖନ୍ତୁ। ଶୁଖିଯିବା ପରେ ପାଣି ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।

- Advertisement -

ମହୁରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁରୁ ସମସ୍ତ ପ୍ରକାର ଅପରିଷ୍କାର ବାହାର କରି ଦେଇଥାଏ। ମୁହଁର ଦାଗ ମଧ୍ୟ ଦୂର କରିଥାଏ।

୩ୟରେ ମହୁ ସହ କଦଳୀ କିମ୍ବା ଅମୃତଭଣ୍ଡା ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ୧୦ ରୁ ୧୫ ମିନିଟ ରଖି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।

ଫେସିଆଲ୍‍ ପରେ ମୁହଁ ଗୋରା ହେବା ସହ ଅନ୍ୟ ଏକ ପ୍ରକାର ଫେସ୍‍ ପ୍ୟାକ୍‍ ଲଗାନ୍ତୁ। ମହୁରେ ଅଳ୍ପ ଅଟା,ଗୋଲାପ ଜଳ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ତ୍ୱଚା ପାଇଁ କୌଣସି ବରଦାନରୁ କମ୍‍ ନୁହେଁ ଏହି ମହୁ ଫେସିଆଲ୍‍।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories