www.samajalive.in
Wednesday, December 10, 2025
26.1 C
Bhubaneswar

କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍‌ଘାଟିତ

ଭୁବନେଶ୍ୱର : ରେଡ଼ିଓ ଚକୋଲେଟ୍ ଓ ସମ୍ବାଦ ଡ଼ିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍‌’ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡ଼ିୟମ୍‌ଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଫେବୃଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ କର୍ପୋରେଟ୍ ହାଉସ୍‌ର ୧୭୮ ଟି ଟିମ୍ ଏଥିରେ ଖେଳିବା ପାଇଁ ପଞ୍ଜୀକରଣ କରିଛନ୍ତି । ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିବାବେଳେ ସମ୍ବାଦ ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଡ଼ାଇରେକ୍ଟର ତନୟା ପଟ୍ଟନାୟକ, ବିଶିଷ୍ଟ ବ୍ୟାଡ଼୍‌ମିଣ୍ଟନ ତାରକା ଅଲମ୍ପିଆନ୍ ପ୍ରମୋଦ ଭଗତ୍ ଏବଂ ଇଭୋସ୍ ବିଲ୍ଡକନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ସାପ୍ ରିଅଲ୍ ଇଷ୍ଟେଟର ନିର୍ଦ୍ଦେଶକ ସେକ୍ ଆୟୁବ୍ ଓ ସ୍ନେହଲତା ଏବଂ ୱଣ୍ଡର ଓାଲ୍ଡର ଅଧ୍ୟକ୍ଷ ଉପସ୍ଥିତ ଥିଲେ । ସମସ୍ତ ମ୍ୟାଚ୍ ଗୁଡ଼ିକ ଓଡ଼ିଶା ଷ୍ଟେଟ୍ ବ୍ୟାଡ଼୍‌ମିଟନ୍ ଆସୋସିଏସନ୍ ଦ୍ୱାରା ପରିଚାଳନା କରୁଥିବା ବେଳେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରୁଛନ୍ତି । ଉଦ୍‌ଘାଟନ ଉତ୍ସବକୁ ସଂଯୋଜନା କରିଥିଲେ ଆର୍‌.ଜେ ସୋନାଲି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories