www.samajalive.in
Monday, December 8, 2025
20.1 C
Bhubaneswar

ଜଗନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

ସାକ୍ଷୀଗୋପାଳ : କାହା ଖୁସି ଯେ କେତେବେଳେ ଦୁଃଖରେ ବଦଳି ଯିବ ତାହା କେହି କହିପାରିବେ ନାହିଁ । ମଣିଷ ଜୀବନରେ ଖୁସି ଯେ ଚିରସ୍ଥାୟୀ କହିବା ମୁସ୍କିଲ। ଦୁଃଖ କେତେବେଳେ କାହା ଜୀବନରେ ଆସିବ ତାହା କେହି ଜାଣନ୍ତି ନାହିଁ । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡ଼ି ଗ୍ରାମ ପଞ୍ଚାୟତର ମଳୁଖପାଟଣା ଗ୍ରାମର ଜଗନ ଦାସ(୧୭) ଙ୍କର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ସେ ପିଲାବେଳୁ ଶ୍ରବଣ ଶକ୍ତି ହରାଇଥିଲେ। ଏବେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ପଡିଛି । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ଭଲ ନ ହେବାରୁ ଭୁବନେଶ୍ୱର ବେସରକାରୀ ମେଡିକାଲରେ ଚିକିତ୍ସା ହେଲେ । ପ୍ରତି ସପ୍ତାହରେ ଦୁଇଥର ଡାଇଲୋସିସ କରିବାକୁ ପଡିଲା । ଜଗନ ବାପା ନରେନ୍ଦ୍ର ଦାସ ଜଣେ ଦିନ ମଜୁରିଆ ଓ ଫେରି ବେପାର କରିଥାନ୍ତି । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ଯାହା କିଛି ସାଇତି ରଖିଥିଲେ ପୁଅର ଚିକିତ୍ସାରେ ସବୁ ଖର୍ଚ୍ଚ କରିଦେବା ପରେ ଏବେ ହାତରୁ ପଇସା ସରିଗଲା ପରେ ଉପାୟ ଶୂନ୍ୟ ହୋଇଯାଇଛନ୍ତି ନରେନ୍ଦ୍ର । ନରେନ୍ଦ୍ର ଭାବିଥିଲେ ଯେ ତାଙ୍କ ପୁଅ ଭଲ ହୋଇଯିବ। ମାତ୍ର ଦୁଃଖର କଳା ବାଦଲ ତାଙ୍କ ମୁଣ୍ଡରେ ଢାଙ୍କି ହୋଇଗଲା । ତାଙ୍କର ଆଶା ଆଶାରେ ରହିଗଲା । ସଞ୍ଚୟ କରି ରଖିଥିବା ଟଙ୍କା ଶେଷ ହୋଇଗଲା, ମାତ୍ର ପୁଅର ଦେହ ଭଲ ହେଲା ନାହିଁ । ଶେଷରେ ପଇସା ନ ଥିବାରୁ ଜଗନ ଏବେ ଘରେ ପଡି ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି । ଏବେ ଜଗନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତୁରନ୍ତ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତେବେ ଜୀବନ ସହ ଯୁଦ୍ଧ କରୁଥିବା ଜଗନଙ୍କ ଚିକିତ୍ସା ପାଇଁ ଯଦି କୈାଣସି ବ୍ୟକ୍ତି ବା ଅନୁଷ୍ଠାନ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ନରେନ୍ଦ୍ରଙ୍କ ଫୋନ ନମ୍ବର ୮୧୪୪୯୭୧୮୦୩ରେ ଯୋଗାଯୋଗ କରିପାରିବେ ନଚେତ ଫୋନ ପେ ନଂ-୬୩୭୦୧୨୮୪୪୨ ସହାୟତା ଯୋଗାଇ ଦେବା ପାଇଁ ତାଙ୍କ ବାପା ମା’ ଆକୁଳ ନିବେଦନ କରିଛନ୍ତି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories