www.samajalive.in
Tuesday, November 18, 2025
28.1 C
Bhubaneswar

ହେଉନି ସ୍ଥାୟୀ ପ୍ରତିକାର, ବ୍ୟଜନ୍ତୁ ଉଡ଼ାଡ଼ି ଦେଉଛନ୍ତି ଫସଲ

ବଡ଼ମ୍ବା: ଆମ୍ବ ଦିନେ ଆମ୍ବ,ପଣସ ଓ କାଜୁ ଦିନେ କାଜୁ। ଧାନ ଅମଳ ଦିନେ ପାଚିଲା ଧାନ କ୍ଷେତ ସାଙ୍ଗକୁ ଆଖୁ କିଆରୀ। ପ୍ରତିବର୍ଷ ଏବେ ଏସବୁ ଫସଲର ଅମଳ ସମୟ ଆସିଲେ ଜଙ୍ଗଲପାଖ ଜମି ଉପରେ ଆଖି ରଖୁଛନ୍ତି ବନ୍ୟପ୍ରାଣୀ। ବିଶେଷ କରି ହାତୀ ଏବଂ ବାରାହା ପଲ ନିଜ ପେଟ ପୁରାଇବାକୁ ଯାଇ ରାତିକେ ଏକର ଏକର ଫସଲ ଉଜାଡ଼ି ଦେଉଥିବା ଦେଖାଯାଉଛି।

କିଛି ଦିନ ହେବ ଏବେ ବଡ଼ମ୍ବା ସହର ନିକଟସ୍ଥ ପାହାଡ଼ ତଳ ଡାହାଣୀ ଖଳି ଏବଂ କେନ୍ଦୁସରା ଅଞ୍ଚଳରେ ଜଙ୍ଗଲି ହାତୀ ଆଉ ବାରାହା ଉପଦ୍ରବ ବଢିଥିବା ନେଇ ଚାଷୀ ମହଲରେ ଭାଳେଣୀ ପଡ଼ିଛି। ଅଭିଯୋଗ ମୁତାବକ ଏ ସବୁ ଅଞ୍ଚଳରେ ବାରାହା ଏବଂ ହାତୀ ପଲ ରାତିରେ ପାଚିଲା ଧାନ କିଆରୀ ମୁହାଁ ହେଉଛନ୍ତି। ଇତିମଧ୍ୟରେ ଅନେକ ଚାଷୀଙ୍କର ଏକର ଏକର ଧାନ କ୍ଷେତକୁ ହାତୀ ପଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି। ସଂପୃକ୍ତ ଚାଷୀମାନେ ସ୍ଥାନୀୟ ବନ ବିଭାଗ ପାଖରେ ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗ ଏଦିଗରେ ଆବଶ୍ୟକ ଦୃଷ୍ଟି ଦେଉନଥିବା ପ୍ରକାଶ।

- Advertisement -

ଏଭଳି ଅବସ୍ଥାର ସମ୍ମୁଖୀନ କେବଳ ଯେ ବଡ଼ମ୍ବା ସହର ନିକଟସ୍ଥ ଜଙ୍ଗଳ ତଳ ଅଞ୍ଚଳରେ ଘଟୁଛି ତାହା ନୁହେଁ, ଏହି ବ୍ଲକ ଅନ୍ତର୍ଗତ ଖଳିମାଟି, ସୋରୁଁଆ, ଗୁରୁଡ଼ିପାଳ, କଦମପାଳ, ଛାଞ୍ଚୁଣିଆ, କୁଶାପାଳ, ଖଇରିପଙ୍ଗା, ମହତାବନ୍ଧ, ନରେଇଜାନୀ ଆଦି ଅନେକ ଜଙ୍ଗଲପାଖ ଅଞ୍ଚଳ ଚାଷୀମାନେ ହାତୀଙ୍କ ଦ୍ୱାରା ଫସଲହାନି ଭୋଗୁଥିବା ଜଣାଯାଇଛି। ବିଭାଗ ତରଫରୁ ହାତୀ ଘଉଡ଼ାଇବା ନେଇ ସଂପୃକ୍ତ ଅଞ୍ଚଳରେ କୌଣସି ଠୋସ ପଦକ୍ଷେପ ନିଆଯାଉନଥିବାରୁ ସଞ୍ଜ ନଇଁଲେ କି ହାତୀ ଏବଂ ବାରାହା ସେଠାରେ କ୍ଷେତମୁହାଁ ହେଉଛନ୍ତି। ଯାହାଫଳରେ କି ଦିନ ତମାମ କ୍ଷେତ ଜଗି ରହୁଥିବା ଚାଷୀମାନେ ଭୟରେ ସଂଧ୍ୟାପରଠୁ ନିଜ ବିଲ ମାଡ଼ୁନଥିବା ଜଣାଯାଇଛି।

ପ୍ରଶ୍ନ ଉଠୁଛି ପ୍ରତିବର୍ଷ ଜଙ୍ଗଲ ପାଖ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ଏହାର ସ୍ଥାୟୀ ପ୍ରତିକାର ଦିଗରେ ଆବଶ୍ୟକ ପଦକ୍ଷେପ କାହିଁକି ନିଆଯାଉନି ? ଫସଲ ସୁରକ୍ଷାଲାଗି କ୍ଷେତକୁ ନଆସିବା ଭଳି ଜଙ୍ଗଲପାଖ ଅଞ୍ଚଳରେ କିମ୍ବା ପାହାଡ଼ ତଳ ଅଞ୍ଚଳରେ ବଡ଼ବଡ଼ ଟ୍ରେଞ୍ଚ(ଗାଡ଼) କରାଗଲେ ହୁଏତ ହାତୀଙ୍କ ଗତିପଥରେ ପରିବର୍ତ୍ତନ ଆସିପାରନ୍ତା ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ଅମଳ ପର୍ଯ୍ୟନ୍ତ ହାତୀ ଘଉଡ଼ାଇବା ନେଇ ପର୍ଯ୍ୟାପ୍ତ ପଦକ୍ଷେପ ବନବିଭାଗ ଆପଣାଇବାକୁ ଜରୁରୀ ମନେ କରାଯାଉଛି। କେବଳ କ୍ଷେତ୍ର ପରିଦର୍ଶନ ପୂର୍ବକ ଉଜୁଡ଼ା କ୍ଷେତର କ୍ଷତିଗ୍ରସ୍ତ ଚାଷୀଙ୍କୁ କିଛିଟା ଟଙ୍କା କ୍ଷତିଭରଣ ବାବଦକୁ ବନ ବିଭାଗ ଦେଉଥିବା ବେଳେ ତାହା ସମୁଦ୍ରକୁ ଶଂଖେ ମନେ କରାଉଛି।

ଏଭଳି ପରିସ୍ଥିତି ଲାଗି ରହିଲେ ହୁଏତ ଧାରକରଜ ଏବଂ ଲୁହଲହୁ ମିଶାଇ କଷ୍ଟରେ କ୍ଷେତ କରୁଥିବା ଚାଷୀ ଆଗାମୀ ଦିନରେ ଚାଷପ୍ରତି ଯେ ବିମୁଖ ନହେବେ ସେକଥାକୁ ଏଡ଼ାଇ ଦିଆଯାଇନପାରେ। ବନ ବିଭାଗ ଏବଂ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ଦିଗରେ ସ୍ଥାୟୀ ପ୍ରତିକାର ପ୍ରତି ଗୁରୁତ୍ୱ ଦେବାକୁ କୃଷକବନ୍ଧୁ ମନୋଜକୁମାର ପଟ୍ଟନାୟକ,ବଡ଼ମ୍ବା – ନରସିଂହପୁର କୃଷକମଞ୍ଚ ଆବାହକ ମାନସରଞ୍ଜନ ମୁଦୁଲି, ସବୁଜସାଥୀର ସଂଗଠକ ଗିରିଜାପ୍ରସାଦ ମିଶ୍ର, ନାଗରିକମଞ୍ଚ ସଭାପତି ଦାମୋଦର ରଣା, କୃଷକ ସଂଗଠକ ବିବେକାନନ୍ଦ ମଲ୍ଲିକ, କ୍ଷତିଗ୍ରସ୍ତ ଚାଷୀ ଲୋଚନ ସାହୁ,ପ୍ରଫୁଲ୍ଲ ସାହୁ, ପ୍ରଶନ୍ନ ବେହେରା, ମକର ସାହୁ ପ୍ରମୁଖ ଦାବି କରିଛନ୍ତି।

Hot this week

ମାଓମୁକ୍ତ ଅଭିଯାନ : ଗୋଟିଏ ଦିନରେ ୨ ଏନକାଉଣ୍ଟର

ମାଲକାନଗିରି : କିଛିଦିନ ପୂର୍ବରୁ ଖୁବଶୀଘ୍ର ଦେଶ ମାଓବାଦୀ ମୁକ୍ତ ହେବ...

୩ଟା ମୁଖ୍ୟ ଖବର

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୯ଟି ଟାସ୍କ...ଦୁର୍ନୀତି ହଟାଅ, ଅଧିକ ଫିଲ୍ଡ ଭିଜିଟ୍...

ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

ଭୁବନେଶ୍ଵର : ଚନ୍ଦକା କୁଜିମହଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିପରୀତ...

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା...

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩...

Related Articles

Popular Categories