www.samajalive.in
Monday, December 8, 2025
20.1 C
Bhubaneswar

ଫିଫା ମାନ୍ୟତାର ଶୀର୍ଷ ସ୍ଥାନରେ ବେଲଜିୟମ

ଜ୍ୟୁରିକ୍‍ : ଫିଫା ମାନ୍ୟତାରେ ବିଶ୍ୱ ଚମ୍ପିଆନ ଫ୍ରାନ୍‍ସକୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛି ବେଲ୍‍ଜିୟମ ଫୁଟବଲ ଦଳ। ଗତମାସରେ ବେଲ୍‍ଜିୟମ ଓ ଫ୍ରାନ୍‍ସ ସମାନ ସଂଖ୍ୟକ ପଏଣ୍ଟ ସହ ଯୁଗ୍ମଭାବେ ଶୀର୍ଷ ସ୍ଥାନରେ ରହିଥିଲେ। ତେବେ ଗୁରୁବାର ଫିଫା ପକ୍ଷରୁ ପ୍ରକାଶିତ ମାନ୍ୟତା ତାଲିକାରେ ବେଲ୍‍ଜିୟମ ୧୭୩୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଫ୍ରାନ୍‍ସ ୧୭୩୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। କିଛିଦିନ ତଳେ ବେଲ୍‍ଜିୟମ ନେସନ୍‍ସ ଲିଗ୍‍ରେ ସୁଇଜରଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ନେଦରଲ୍ୟାଣ୍ଡସ୍‍ ସହ ମ୍ୟାଚ୍‍ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଫ୍ରାନ୍‍ସ ନେସନ୍‍ସ ଲିଗ୍‍ରେ ଜର୍ମାନୀକୁ ପରାସ୍ତ କରିଥିବା ବେଳେ ଆଇସ୍‍ଲ୍ୟାଣ୍ଡ ସହ ମ୍ୟାଚ୍‍ ଡ୍ର ରଖିଥିଲା। ମାନ୍ୟତାରେ ବ୍ରାଜିଲ୍‍ ୩ୟ, କ୍ରୋଏସିଆ ୪ର୍ଥ ଓ ଇଂଲଣ୍ଡ ୫ମ ସ୍ଥାନରେ ରହିଛି। ମାଡାଗାସକର୍‍ ଦଳ ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦୦ ତାଲିକାରେ ସାମିଲ ହୋଇଛି। ମାନ୍ୟତା ଅନୁଯାୟୀ ଏହି ଦଳ ୧୦୦ନଂରେ ରହିଛି। ବିଶ୍ୱ ମାନ୍ୟତାର ୨୨ନଂରେ ଟ୍ୟୁନିସିଆ ଓ ୩୦ନଂରେ ଇରାନ ରହିଛି। ଏହି ଦୁଇ ଦଳ ଯଥାକ୍ରମେ ଆଫ୍ରିକା ଓ ଏସୀୟ ଦଳମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତ ୧୨୪୫ ପଏଣ୍ଟ ସହ ୯୭ନଂରେ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories