www.samajalive.in
Monday, December 8, 2025
27.1 C
Bhubaneswar

ଜମି ପାଇଁ ମା’ ଝିଅଙ୍କୁ ଜୀଅନ୍ତା ପୋତିଦେଲେ ସମ୍ପର୍କୀୟ; ଭିଡିଓ ହେଉଛି ଭାଇରାଲ

ଆନ୍ଧ୍ରପ୍ରଦେଶ: ଜମି ପାଇଁ ମା’ ଝିଅଙ୍କୁ ଜୀଅନ୍ତା ପୋତିଦେଲେ । ସ୍ଥାନୀୟ ବାସିନ୍ଦା ଆସି ବଞ୍ଚାଇଲେ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ହରିପୁରାମ ଗ୍ରାମରେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାନୁସାରେ ୬୦ ବର୍ଷିୟ କୋଟରା ଦଲମା ଓ ତାଙ୍କ ୪୦ ବର୍ଷିୟ ଝିଅ ମଜି ସାବିତ୍ରୀଙ୍କ ଉପରେ ମାଟି ପକାଇ ଜୀଅନ୍ତା ମାରିଦେବାକୁ ଉଦ୍ୟମ କରାଯାଇଛି ।

ଦୀର୍ଘଦିନ ଧରି ଜମିକୁ ନେଇ  କୋଟରାଙ୍କ ସହ ତାଙ୍କ ସମ୍ପର୍କୀୟଙ୍କ ବିବାଦ ଲାଗି ରହିଥିଲା । ଗତ ସାତ ବର୍ଷ ଧରି ଏହି ମାମଲା କୋର୍ଟରେ ଚାଲୁଥିବାରୁ ଜମିକୁ ଦଖଲ ପାଇଁ ତାଙ୍କ ସମ୍ପର୍କୀୟ ଉଦ୍ୟମ କରିଥିଲେ । ଟ୍ରାକ୍ଟରରେ ମାଟି ଆଣି ସେହି ଜାଗାରେ ପକାଇବାକୁ ଉଦ୍ୟମ କରାଯାଉଥିଲା । ଏହାକୁ କୋଟରା ଦଲମା ଓ ତାଙ୍କ ଝିଅ ବିରୋଧ କରିବାରୁ ସେହି ଜମିରେ ପଡ଼ିବାକୁ ଥିବା ମାଟିକୁ ତାଙ୍କ ଉପରେ ଢ଼ାଳି ଦିଆଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକ ଉଭୟ ମା’ ଝିଅଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେହି ସମୟର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି ।

- Advertisement -

ଘଟଣାଟି ଗତକାଲି ଘଟିଥିବା ବେଳେ, ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଜଣଙ୍କୁ ମାଟି ଖୋଳି ଉଦ୍ଧାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ସ୍ଥାନୀୟ ପୁଲିସ ଅଧିକାରୀ । ଭିଡିଓ ଆଧାରରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ମାଣ୍ଡସା ଏସଆଇ ରବି କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପୀଡିତା ଏବଂ ଅଭିଯୁକ୍ତ ଉଭୟ ସମ୍ପର୍କୀୟ । ଏହି ଜମି ବିବାଦ କୋର୍ଟରେ ଚାଲୁଛି । ବର୍ତ୍ତମାନର ଏହି ଘଟଣାକୁ ନେଇ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories