www.samajalive.in
Tuesday, December 9, 2025
16.1 C
Bhubaneswar

ଜଙ୍କ୍‌ଫୁଡ୍‌ ଖାଇବା ପରେ ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ମୋଟା

ବର୍ତ୍ତମାନ ସମୟରେ ଅଧିକାଂଶଙ୍କୁ ଜଙ୍କ୍‌ଫୁଡ୍‌ ଖାଇବା ଖୁବ ପସନ୍ଦ । ମାତ୍ର ଜଙ୍କ୍‌ଫୁଡ୍‌ ଖାଇବା ପରେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଏ । ମୋଟାପଣ ବୃଦ୍ଧି ହୋଇଥାଏ । ତେବେ ଜଙ୍କଫୁଡ୍‌ ଖାଇବା ପରେ କିଛି ଉପାୟ ଆପଣାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ନପଡିବା ସହ ମୋଟାପଣ ବୃଦ୍ଧି ହୋଇନଥାଏ । ଜାଣନ୍ତୁ କିଛି ସହଜ ଉପାୟ..
ଜଙ୍କ୍‌ଫୁଡ୍‌ ଖାଇବା ପରେ ଖଟା ଜାତୀୟ ଫଳର ସେବନ କରନ୍ତୁ । ଯେପରି କମଳା, ଅଙ୍ଗୁର, ଲେମ୍ବୁ ଆଦି । ଏହାଦ୍ୱାରା ଜଙ୍କ୍‌ଫୁଡ୍‌ରେ ଥିବା ଫ୍ୟାଟ୍‌ ଶରୀରରେ ଜମାଟ ବାନ୍ଧି ପାରିନଥାଏ । ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇନଥାଏ ।
ଦିନଯାକ ଅଧିକ ପାଣି ପିଅନ୍ତୁ । ଏହାଦ୍ୱାରା ମଧ୍ୟ ଶରୀରରେ ଜଳୀୟ ଅଂଶ ଅଭାବ ଦୂର ହୋଇ ଜଙ୍କ୍‌ଫୁଡ୍‌ର ପ୍ରଭାବକୁ କମ୍‌ କରିଥାଏ । ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ କୁପ୍ରଭାବ ପଡିନଥାଏ । ବ୍ୟାୟାମ ଦ୍ୱାରା ଶରୀର ପ୍ରାକୃତିକ ଭାବେ ସୁସ୍ଥ ରହିଥାଏ । ନିୟମିତ ୩୦ ମିନିଟ୍‌ ଯାଏଁ ବ୍ୟାୟାମ କରନ୍ତୁ ।
ମାତ୍ର ଅତ୍ୟଧିକ ମାତ୍ରାରେ ଜଙ୍କ୍‌ଫୁଡ୍‌ ର ସେବନ କରନ୍ତୁ ନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories