www.samajalive.in
Wednesday, December 10, 2025
18.1 C
Bhubaneswar

ଯୋଗାଣ ବିଭାଗୀୟ ସଚିବଙ୍କୁ ଭେଟିବା ପାଇଁ ୭ ଘଣ୍ଟା ଅପେକ୍ଷା: ବାଟ ଭାଙ୍ଗି ଚାଲିଗଲେ, କଣେଇ ଚାହିଁଲେ ନାହିଁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆରଏମସିକୁ ଆସିଥାନ୍ତେ ଯୋଗାଣ ବିଭାଗୀୟ ସଚିବ ବୀର ବିକ୍ରମ ସିଂହ ଯାଦବ। ସଚିବଙ୍କୁ ଦେଖା କରି ଚାଷୀଙ୍କ ଦୁଃଖ କହିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଦୀର୍ଘ ୭ ଘଣ୍ଟା ଅପେକ୍ଷାର ଫଳ ଶୂନ ହୋଇଗଲା । ବାଟ ଭାଙ୍ଗି ଚାଲିଗଲେ ସଚିବ ।

ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ଅତାବିରା ଏନଏସିକୁ ଯୋଗାଣ ସଚିବଙ୍କ ଆଗମନର ବାର୍ତ୍ତା କୌଣସି ବିଶ୍ବସ୍ତ ସୂତ୍ରରୁ ଜାଣି ପାରିଥିଲା। ତେଣୁ ତାଙ୍କୁ ଭେଟି ଚାଷୀଙ୍କ ସମସ୍ତ ସମସ୍ୟାକୁ ଜଣାଇବେ ଓ ତାଙ୍କର ଦୁଃଖ ଶୁଣିବେ ବୋଲି ବଡ ଆଶା ରଖିଥିଲେ । ତେଣୁ ସଂଗଠନର ସଭାପତି ହାରାଧାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ ସଭ୍ୟମାନେ ଧାଇଁ ଆସିଥିଲେ ଆରଏମସିକୁ। ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋକ ଓ ଦୁଃଖକୁ ଭୁଲିଯାଇ ପରିଣତ ବୟସରେ ସେମାନେ ଜଗିଥିଲେ ଚାଷୀଙ୍କ ପାଇଁ । କିନ୍ତୁ ପରେ ଜାଣିପାରିଲେ ଯେ ସଚିବ ସେହି ରାସ୍ତା ଦେଇ ଚାଲିଗଲେ ଅନ୍ୟତ୍ର, ଅଥଚ ଅଟକିଲେ ନାହିଁ ଅତାବିରାରେ । ତେଣୁ ସେମାନେ ବାଧ୍ୟ ହୋଇ ଅପରାହ୍ନ ୨ଟାରେ ଚାଷୀଙ୍କ ସମସ୍ୟାଗୁଡ଼ିକୁ ଲିଖିତ ଭାବରେ ଅତିରିକ୍ତ ତହସିଲଦାର ରଞ୍ଜନ ଦାଶଙ୍କ ମାଧ୍ୟମରେ ଜଣାଇଛନ୍ତି ସଚିବଙ୍କ ପାଖକୁ । ଦଖଲ ଅନୁଯାୟୀ ରୟତି ଚାଷ ଜମିର ପଞ୍ଜିକରଣ, ମଣ୍ଡି ବ୍ୟବସ୍ଥାର ସୁଦୃଢ଼ୀକରଣ ଆଦି ଉପରେ ଦାବି ପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ପରେ ସେମାନେ ପୁଣି ଅପେକ୍ଷା କରି ରହିଥିଲେ ସଚିବଙ୍କ ଆସିବା ପଥକୁ, କାଳେ ସେ ଆସିବେ ବୋଲି । କାରଣ ଅତାବିରା ହେଉଛି ଓଡ଼ିଶାର ଭାତହାଣ୍ଡି । ଏହି ଅଞ୍ଚଳରେ ଅଧିକାଂଶ ଚାଷୀ ରହିଛନ୍ତି ଓ ତତ୍ ସହିତ ଚାଷୀଙ୍କ ସମସ୍ୟା ମଧ୍ୟ। ଆଶା ଥିଲା ସଚିବଙ୍କ ଅଧିକ ଦୃଷ୍ଟି ଏହି ମାର୍କେଟ ଅନ୍ତର୍ଭୁକ୍ତ ଚାଷୀଙ୍କ ଉପରେ ରହିଥିବ । କିନ୍ତୁ ସବୁ ଓଲଟା । ପ୍ରକୃତରେ ସଚିବ ଜାଣିଶୁଣି ଏଠାରେ ଅଟକି ନଥିଲେ । କାରଣ ଚାଷୀମାନଙ୍କ ସମସ୍ୟା ବିଷୟରେ ଜାଣିବାକୁ ଚାହୁଁ ନାହାନ୍ତି ସେ ବୋଧହୁଏ । ସନ୍ଧ୍ୟା ୫ଟା ପରେ ନିରାଶ ହୋଇ ସଂଗଠନ ଫେରିଥିଲା। ଏହି ଘଟଣାକୁ ଅନୁଧ୍ୟାନ କଲେ ଏଥିରୁ ସ୍ପଷ୍ଟ ପ୍ରତ୍ୟୟ ହେଉଛି, ସବୁ ସମସ୍ତେ ଜାଣି ଶୁଣି ଅଭିନୟ କରୁଛନ୍ତି ସଚ୍ଚୋଟତାର । ପ୍ରକୃତରେ ଜଣେ ଅନ୍ୟ ଉପରେ ଦୋଷ ଲଦି ଦେଇ ନିଜେ ନିଶ୍ଚିନ୍ତ ହେବାକୁ ଶ୍ରେୟ ମଣୁଛନ୍ତି । କିନ୍ତୁ ଏଥିରେ ମଝିରେ ପିଶି ହେଉଛି ଚାଷୀ । ତେଣୁ ସଚିବଙ୍କ ଏପରି ଏକ ଚାଷୀ ବହୁଳ ଅଞ୍ଚଳକୁ ଅଣଦେଖା କରିବା ପଛରେ ରହସ୍ୟ କଣ । ଚାଷୀଙ୍କୁ କେବେ ତାଙ୍କର ହକ ମିଳିବା, ଚକବନ୍ଦି ସମସ୍ୟାର ସମାଧାନ ଆଉ କେବେ ହେବ, ଏମିତି ଅନେକ ସମସ୍ୟାର ସମାଧାନ ପାଇଁ କେବେ ପଦକ୍ଷେପ ନିଆଯିବ ସେ ଅପେକ୍ଷାରେ ସଂଗଠନ । ଏହି ଧାରଣାରେ ସଂଗଠନର ସମ୍ପାଦକ ଲୋକେଶ୍ଵର ପ୍ରଧାନ, ବସନ୍ତ ବାରିକ, ଭିକାରୀ ବାରିକ, ବୃଷଭାନୁ ସାହୁ, ପଲଉ ମାଝୀ, ଜଗନ୍ନାଥ ସାହୁ, ମହାଦେବ ମହାପାତ୍ର, ହୃଷୀକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories