www.samajalive.in
Tuesday, December 9, 2025
16.1 C
Bhubaneswar

କୁରେଇଶୁଣି ମନ୍ଦିରର ହୁଣ୍ଡି ଚୋରି ଉଦ୍ୟମ

ପାତ୍ରପୁର : ଜରଡା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା ପ୍ରସିଦ୍ଧ ଦେବୀ ପୀଠ କୁରେଇଶୁଣିଙ୍କ ହୁଣ୍ଡି ଗତ ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାଯାଇଛି। ଦେବୀ ପୀଠରୁ ହୁଣ୍ଡି ଚୋରି ଉଦ୍ୟମ ନେଇ ଗ୍ରାମବାସୀ ଖାରିଆଗୁଡା ଫାଣ୍ଡିରେ ଏତଲା ଦେଇଛନ୍ତି। ଗତ ରାତିରେ କିଛି ଚୋର ମନ୍ଦିରରେ ସ୍ଥାପନ ହୋଇଥିବା ହୁଣ୍ଡିକୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ସେମାନେ ହୁଣ୍ଡିଟିକୁ ବାହାର କରି ଏକ ବାଉଁଶ ସାହାଯ୍ୟରେ ବୋହିନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସାମାନ୍ୟ ଶବ୍ଦ ଶୁଭିଥିଲା। ମନ୍ଦିର ପାର୍ଶ୍ୱ କୋଠାଘରେ ଶୋଇଥିବା ଗ୍ରାମର ମଙ୍ଗୁଲୁ ଦଳାଇ ଜାଣିପାରି ପାଟି କରିଥିଲେ। ତାଙ୍କର ପାଟି ଶୁଣି ତିନିଜଣ ଚୋର ହୁଣ୍ଡି ଛାଡି ଦୌଡି ପଳାଇଥିଲେ। ପୁଲିସରେ ଏନେଇ ଏତଲା ଦେଇଥିବା ବେଳେ ହୁଣ୍ଡିର ଟଙ୍କା ଗଣତି ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories