www.samajalive.in
Sunday, December 7, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ ବିଚ୍ ରାସ୍ତାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼.. ସଦର ଥାନା ପ୍ରତାପନଗରୀ ନିକଟରେ ଛୁରାମାଡ଼.. ଏକ ତରଫା ପ୍ରେମରୁ ଛୁରାମାଡ଼ କଲା ଯୁବକ.. ଛୁରାମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗୁରୁତର ଆହତ.. କଲେଜରୁ ଫେରି ଚାଲିଚାଲି ଗଲାବେଳେ ଛୁରାମାଡ଼..

ଦୁର୍ନୀତିଗ୍ରସ୍ତ ୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର.. କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦୁର୍ନୀତିଗ୍ରସ୍ତ ୧୪ଜଣ ଅଫିସରଙ୍କ ମଧ୍ୟରୁ ୪ଜଣ ଅଫିସରଙ୍କୁ ବହିଷ୍କାର, ୪ଜଣଙ୍କୁ ଅବସର ଏବଂ ୬ଜଣଙ୍କ ସ୍ଥାୟୀ ଭାବେ ପେନସନ ବନ୍ଦ କରାଯାଇଛି..

- Advertisement -

ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଆକାଶମାର୍ଗରୁ ଘଟଣାସ୍ଥଳ କଲେ ଅନୁଧ୍ୟାନ..

ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇଛି.. ମାତ୍ର ରାଧାପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇନାହିଁ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି..

ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ଓ ଏବେ ତାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯିବ.. କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହାପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି..

ଚଳିତ ବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି ସିଦ୍ଧାର୍ଥ କାଟାରିଆ ପ୍ରତିକ୍ରିୟା ରଖିଛନ୍ତି.. ଧବଳେଶ୍ୱରରେ ୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି କହିଛନ୍ତି.. ତାହାଛଡ଼ା ଏଥର ଧବଳେଶ୍ୱରକୁ ଯିବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବନାହିଁ ବୋଲି ଏସପି କହିଥିବା ବେଳେ ଝୁଲାପୋଲ ଅସୁରକ୍ଷିତ ଥିବାରୁ ଏପରି କଟକଣା ଲଗାଯାଇଛି ବୋଲି କୁହାଯାଇଛି..

ଅଶୋଧିତ ତୈଳ ବଜାରରେ ପେଟ୍ରୋଲ ଡିଜେଲ ଦାମ୍‌ ହ୍ରାସ ପାଇଛି..  ତୈଳ କମ୍ପାନୀଗୁଡିକ ଆଜି ନୂଆ ତେଲ ଦର ଲାଗୁ କରିଛନ୍ତି.. ଯେଉଁଥିରେ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସହରରେ ତୈଳ ଦର ହ୍ରାସ ପାଇଛି.. ହେଲେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଚାରୋଟି ମେଟ୍ରୋ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପରିବର୍ତ୍ତନ ହୋଇନାହିଁ ..

ଭୂକମ୍ପରେ ଥରିଲା ଅରୁଣାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ..

ନୂଆପଡା ସଦର ରେଞ୍ଜ୍‌‌ ଜାମୁସାଲେଭଟାରେ ବାଘ ଆତଙ୍କ.. ଗାଁକୁ ଆସି ବଳଦକୁ ଟାଣି ନେଲା ବାଘ.. ବନ ବିଭାଗ ପକ୍ଷରୁ କରାଗଲା ସଚେତନ

ଦିଲ୍ଳୀର ନରେଲା ଅଞ୍ଚଳରେ ମଙ୍ଗଳବାର ଏକ ପାଇପ କାରଖାନାରେ ଭୀଷଣ ଘଟିଛି ଅଗ୍ନିକାଣ୍ଡ ..  ଅଗ୍ନିକାଣ୍ଡରେ ଦୁଇ ଜୀବନ୍ତ ଦଗ୍ଧ .. ୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା… ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିବାକୁ ମିଳିବନି ଅନୁମତି… ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ଧରାଯିବନି ମାଛ… ଡଙ୍ଗା, ଟ୍ରଲର ଓ ଭେସେଲ ଚଳାଇବାକୁ ବାରଣ… ଆଜିଠୁ ମେ’ ୩୧ ତାରିଖ ଯାଏଁ ମାଛଧରା ମନା…

ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ… ୟୁକ୍ରେନ ରାଜଧାନୀ କିଭରେ ରୁଷିଆର ମିଜାଇଲ ଆକ୍ରମଣ… ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ… ଅନ୍ଧାରରେ କିଭବାସୀ… ବିଦ୍ୟୁତ୍‌ ନଥିବା ଯୋଗୁଁ ଅଧିକାଂଶ ଘରୁକୁ ପହଞ୍ଚିପାରୁନି ସପ୍ଲାଏ ପାଣି…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ମୋରବୀ ପୋଲ ଅଘଟଣ ମାମଲା.. ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର… ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ… ସକାଳ ୬ଟାରୁ ୯ଟା ଯାଏଁ ପ୍ରବେଶ ପାଇଁ ଅନୁମତି… ଯଶିପୁର କାଳିଆଣି ଗେଟ୍‌ ଦେଇ ଶିମିଳିପାଳକୁ ଯାଇପାରିବ ୩୫ ଗାଡ଼ି… ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ି କରିପାରିବ ପ୍ରବେଶ…

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories