www.samajalive.in
Sunday, December 7, 2025
15.1 C
Bhubaneswar

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ସିଆରପିଏଫର ୭୫ କିମି ମୋଟର ସାଇକେଲ ରାଲି 

ସମ୍ବଲପୁର  : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ରିର୍ଜବ ପୁଲିସ ବଳର ଗ୍ରୁପ କେନ୍ଦ୍ର ସମ୍ବଲପୁର ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ରବିବାର ଏକ ମୋଟର ସାଇକେଲ ରାଲି କରାଯାଇଛି। ରବିବାର ସମ୍ବଲପୁରର ଉପକଣ୍ଠସ୍ଥ ଗୋଶାଳା ସ୍ଥିତ ଗ୍ରୁପ କେନ୍ଦ୍ରରୁ ୭୫ କିମି ପର୍ଯ୍ୟନ୍ତ ବରଗଡ ଜିଲାର ଗାନ୍ଧୀ ଛକ (ବାନ୍ଦୁ ଟିକିରା) ପର୍ଯ୍ୟନ୍ତ ଯାଇ ଗ୍ରୁପ କେନ୍ଦ୍ରକୁ ଫେରିଥିଲା। ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଦିବସ ପାଇଁ ରାଷ୍ଟ୍ରିୟ ଏକତାର ସନ୍ଦେଶ ଜନତାଙ୍କୁ ଦେଇଥିଲେ। ଏହି ରାଲିକୁ ଗ୍ରୁପ କେନ୍ଦ୍ରର ଉପ ମହାନିରୀକ୍ଷକ ଲାଲ ଚନ୍ଦ ଯାଦବ ପତାକା ଦେଖାଇ ଉଦଘାଟନ କରିଥିଲେ।
ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ସ୍ୱାଧିନତାରେ ମହତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ସ୍ୱାଧିନତା ପରେ ଦେଶର ଏକତା ନିମନ୍ତେ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସମସ୍ତ ରାଜାରାଜୁଡା ଅଞ୍ଚଳ ଗୁଡିକୁ ଏକତ୍ରିତ କରି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ତାଙ୍କର ଭୂମିକା ଅତୁଳନୀୟ। ଏଣୁ ତାଙ୍କର ଜନ୍ମ ଦିବସ ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି ବୋଲି ଗ୍ରୁପ କେନ୍ଦ୍ର ର ଉପ ମହାନିରୀକ୍ଷକ ଶ୍ରୀ ଯାଦବ ଏହି ଅବସରରେ କହିଥିଲେ। ରାଷ୍ଟ୍ରୀୟ ଏକତା ଦିବସ ପ୍ରତି ବର୍ଷ ୩୧ ଅକ୍ଟୋବରରେ ପାଳନ କରାଯାଉଥିବା ବେଳେ ଏଥି ନିମନ୍ତେ ସିଆରପିଏଫ ତରଫରୁ ତ୍ରିଦିବସୀୟ କାର୍ଯ୍ୟକ୍ରମ ୨୯ ତାରିଖରୁ ଆୟୋଜିତ ହେଉଛି। ଶନିବାର ୨୯ ତାରିଖରେ ପ୍ରଥମ ଦିବସରେ ସାଇକେଲ ରାଲି କରାଯାଇଥିବା ବେଳେ ରବିବାର ଦ୍ୱିତୀୟ ଦିବସରେ ମୋଟର ସାଇକେଲ ରାଲି ଆୟୋଜିତ କରାଯାଇ ଜନତାଙ୍କୁ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ଦିଆଯାଇ ଜନଜାଗରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ସିଆରପିଏଫ ଅଧିକାରୀ, ଯବାନ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅନେକ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ମୋଟର ସାଇକେଲ ରାଲିକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି କ୍ରମରେ ୩୧ ତାରିଖ ସୋମବାର ସମ୍ବଲପୁର ସହରର ଏକତା ଦୌଡ ନେଲସନ ମଣ୍ଡେଲା ଛକ ରୁ ବାହାରି ଗୋଲବଜାର ପର୍ଯ୍ୟନ୍ତ ଆୟୋଜିତ କରାଯିବ ବୋଲି ସିଆରପିଏଫ ତରଫରୁ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories