www.samajalive.in
Thursday, December 11, 2025
23.1 C
Bhubaneswar

ପିପିପି ମୋଡରେ ଦେଶରେ ପ୍ରତିଷ୍ଠା ହେବ ଭାରତୀୟ କୌଶଳ ବିକାଶ ସଂସ୍ଥାନ

ନୂଆଦିଲ୍ଲୀ : ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କୌଶଳ ବିକାଶ ସଂସ୍ଥାନ (ଆଇଆଇଏସ) ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଚାହିଦା ଏବଂ ଉପଲବ୍ଧ ଭିତିଭୂମି ଆଧାରରେ ଚୟନ କରାଯାଇଥିବା ସ୍ଥାନରେ ଆଇଆଇଏସ ପ୍ରତିଷ୍ଠା ଲାଗି ରହିଥିବା ସମ୍ଭାବନାର ସନ୍ଧାନ କରାଯାଇ ଏହି ସଂସ୍ଥାନ ପ୍ରତିଷ୍ଠା କରାଯିବାକୁ ନିଷ୍ପତି ହୋଇଛି। ଆଇଆଇଏସ ପ୍ରତିଷ୍ଠା ହେବା ଦ୍ୱାରା ଉଚ୍ଚମାନର କୌଶଳ ତାଲିମ, ପ୍ରୟୋଗାତ୍ମକ ଗବେଷଣା ଶିକ୍ଷା ଏବଂ ଉଦ୍ୟୋଗ ସହିତ ପ୍ରତ୍ୟକ୍ଷ ଓ ପ୍ରଭାବୀ ସଂଯୋଗ ଜରିଆରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଏହା ଦେଶର ଯୁବକମାନଙ୍କୁ ଉଚ୍ଚମାନର କୌଶଳ ତାଲିମ ଯୋଗାଇ ଦେବ। ଘରୋଇ ଉଦ୍ୟୋଗ, ସରକାରୀ ଭୂମି ଏବଂ ରାଷ୍ଟ୍ରାୟତ ପୁଞ୍ଜିର ଲାଭ ଉଠାଇ ଏହା ଜ୍ଞାନ ଓ ପ୍ରତିଦ୍ୱନ୍ଦ୍ୱିତାର ନୂତନ ପ୍ରତିଷ୍ଠାନ ନିର୍ମାଣ କରିବ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories