www.samajalive.in
Tuesday, December 9, 2025
17.1 C
Bhubaneswar

ମାଛ ଧରିବା ବେଳେ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଗୋପ: କୋଣାର୍କ ବଙ୍ଗୋପସାଗରରେ ଟ୍ରଲରରେ ମାଛଧରୁଥିବା ସମୟରେ ଟ୍ରଲର ଫ୍ୟାନରେ ସଂପୂର୍ଣ୍ଣ ହାତ କଟି ଯିବା ପରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ଗୋପ ଡାକ୍ତରଖାନା ପକ୍ଷରୁ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । କୋଣାର୍କ ତେଲୁଗୁ ବସ୍ତିର ଲୋକମାନଙ୍କ ଦ୍ବାରା ଉଦ୍ଧାର କରି ପ୍ରଥମେ ତାଙ୍କୁ ଗୋପ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ଗୋପ ଡାକ୍ତରଖାନାରେ ଡାକ୍ତର ଶିବ ପ୍ରସାଦ ମଙ୍ଗରାଜ ତାଙ୍କୁ ମୃତ୍ୟୁ ଘୋଷଣା କରିଲେ । ସୂଚନା ଥାଉକି ଟ୍ରଲରଟି ପାରାଦୀପରୁ ଆସି ମାଛ ଧରୁଥିବା ବେଳେ ଟ୍ରଲର ମଧ୍ୟରେ ୯ ଜଣ ମାଛ ଧରାଳି ଥିବା ସୂଚନା ରହିଛି । ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର କୁମାର ମଲ୍ଲିକ ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ପୋରୁଆଁ ଗାଁରେ ବୋଲି ଜଣାପଡିଛି ।  ଶବ ଜବତ କରି ଚନ୍ଦ୍ରଭାଗା ମେରାଇନି ପୁଲିସ ତଦନ୍ତ ଚଳାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିବାର ପହଞ୍ଚି ନଥିବା ବେଳେ ଟ୍ରଲର ମାଲିକ ମଧ୍ୟ ପହଞ୍ଚି ନଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories