www.samajalive.in
Tuesday, December 9, 2025
16.1 C
Bhubaneswar

ହୋଟେଲ୍‌‌ ଭ୍ରମର ପଛ ରାସ୍ତା ବନ୍ଦ କଲା ପ୍ରଶାସନ

ବଲାଙ୍ଗିର: ସହରର କରଙ୍ଗାକଟା ବନ୍ଧ ଆଡିରେ ଥିବା ହୋଟେଲ୍‌‌ ଭ୍ରମରର ପଛପଟ ରାସ୍ତାକୁ ଗୁରୁବାର ପୌର ପ୍ରଶାସନ ସିଲ୍‌‌ କରିଛି। ସୂଚନା ଅନୁସାରେ, ହୋଟେଲ୍‌‌କୁ ଆସୁଥିବା ଯାନବାହାନ ପଛପଟେ ଥିବା ବନ୍ଧ ଆଡିରେ ପାର୍କିଂ କରୁଥିଲେ। ଫଳରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମରେ ବାଧା ସୃଷ୍ଟି ହେଉଥିଲା। ଜିଲାପାଳ ଚଞ୍ଚଳ ରାଣା ଗୁରୁବାର କରଙ୍ଗାକଟା ଓ ରାଣୀ ବନ୍ଧରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ଆସନ୍ତା ୬ମାସ ମଧ୍ୟରେ ସହରର ୨ଟି ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଜିଲାପାଳ ଶ୍ରୀ ରାଣା କହିଥିଲେ। ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ଓ ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସାମୀ ଜୟଶ୍ରୀ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ପରେ ପୌର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ହୋଟେଲ ପଛପଟ ବାଟକୁ ପାଚେରୀ ଦେଇ ବନ୍ଦ କରି ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories