ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ରାଜା ଚାର୍ଲସ-୩ଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଲେ ସୁନକ। ଗତକାଲି କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିଲେ ଋଷି ସୁନକ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ।

ଆଜି ଋଷି ସୁସନଙ୍କୁ ବ୍ରିଟେନର ରାଜା ଚାର୍ଲସ-୩ ଭେଟିବା ପରେ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍ରେ ରାଜା ଚାର୍ଲସ-୩ଙ୍କୁ ଔପଚାରିକ ଭାବେ ଋଷି ସୁନକ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ଚାର୍ଲସ-୩ ପ୍ରଧାନମନ୍ତ୍ରୀ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।
ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ। ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସେହି ଅନୁସାରେ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।



