www.samajalive.in
Monday, December 8, 2025
20.1 C
Bhubaneswar

ନିଖୋଜ ଥିବା ସିଙ୍ଗାପୁର ପାରାଗ୍ଲାଇଡରଙ୍କ ମୃତ ଦେହ ହିମାଚଳ ପ୍ରଦେଶରୁ ଉଦ୍ଧାର

ଧର୍ମଶାଳା .-  ହିମାଚଳ ପ୍ରଦେଶରେ  ପାରାଗ୍ଲାଇଡିଂ କରୁଥିବା ସମୟରେ ନିଖୋଜ ହୋଇଯାଇଥିବା ସିଙ୍ଗାପୁରର ପାରାଗ୍ଲାଇଡର କୋକ୍‌ ଚାଙ୍ଗଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।  ତାଙ୍କ ସହ ନିଖୋଜ ହୋଇଯାଇଥିବା ସ୍ପେନୀୟ ପାରାଗ୍ଲାଇଡରଙ୍କ ସନ୍ଧାନ ମିଳିଛି ।  କୋକ୍‌ ସିଙ୍ଗ ପୂର୍ବରୁ ସିଙ୍ଗାପୁର ସେନାରେ କମାଣ୍ଡର ଥିଲେ । ସେ ହିମାଚଳ  ପ୍ରଦେଶର ଉତ୍ରଲା ଅଞ୍ଚଳରେ ପାରାଗ୍ଲାଇଡିଂ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଅକ୍ଟୋବର ୨୭ ତାରଖରେ ଆରମ୍ଭ ହେବାକୁ ଥିବା ବିଶ୍ୱ ପାରାଗ୍ଲାଇଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସେ ଆସିଥିଲେ ।   ଼

ସେହିପରି ନିଖୋଜ ହୋଇଯାଇଥିବା ସ୍ପେନୀୟ ପାରାଗ୍ଲାଇଡର ଜୋସ୍‌ ଲୁଇସ୍‌ଙ୍କର ସନ୍ଧାନ ମିଳିଛି । ବନ୍ଦଲା ହିଲ୍ସ ପାଲାମପୁରରେ ତାଙ୍କର ସନ୍ଧାନ ମିଳିଛି ।  ତାଙ୍କ ପାଇଁ ହେଲିକପ୍ଟରରୁ ଖାଦ୍ୟ ଓ ଗରମ ପୋଷାକ ତଳକୁ ପକାଯାଇଛି । ବୁଧବାରରେ ତାଙ୍କ ଉଦ୍ଧାର କରାଯିବ । ଏହା ସହ  ଋଷ୍‌ ଓ ଲାଟିଭିଆନ୍‌ ପାରାଗ୍ଲାଇଡର ଆହତ ହୋଇଛନ୍ତି । ଏହାପରେ ସେଠାରେ ବିଶ୍ୱ ପାରାଗ୍ଲାଇଡିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories