www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରାହକଙ୍କ ଠାରୁ ୧୬ ଲକ୍ଷ କାର ଫେରେଇ ନେବ ବିଏମ୍‍ଡବ୍ଲ୍ୟୁ

ନୂଆଦିଲ୍ଲୀ : ଜର୍ମାନୀର ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ବିକ୍ରୟ କରାଯାଇଥିବା ବିଶ୍ୱର ୧୬ଲକ୍ଷ ଡିଜେଲ ଓରିଏଣ୍ଟ କାର କମ୍ପାନୀକୁ ଫେରାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ନ୍ୟୁଜ ଏଜେନ୍ସି ଏଫ୍‍ପି ଅନୁସାରେ କାରରେ ଅଗ୍ନି ସରଞ୍ଜାମ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ କମ୍ପାନୀ ଏହି କାର ଗୁଡିକୁ ଗ୍ରାହକଙ୍କ ଠାରୁ ଫେରେଇ ନେବ ବୋଲି ଜଣାପଡିଛି। ଏହି କାରରେ ଆବଶ୍ୟକ ଅନୁସାରେ ପରିବର୍ତ୍ତନ ସହ କାରର କିଛି ଅଂଶର ପରିବର୍ତ୍ତନ ମଧ୍ୟ କରାଯାଇପାରେ। କମ୍ପାନୀର କହିବା ଅନୁସାରେ ଅଗଷ୍ଟ ୨୦୧୦ରୁ ଅଗଷ୍ଟ ୨୦୧୭ ମଧ୍ୟରେ ନିର୍ମିତ କାର ଗୁଡିକର ପୁନଃନିର୍ମିତ କରାଯିବ। ୨୦୧୬ରେ ବିଏମଡବ୍ଲ୍ୟୁ କାରରେ ଅଗ୍ନି ସରଞ୍ଜାମ ବ୍ୟବସ୍ଥା ଭୁଲ ଯୋଗୁଁ କାରରେ ନିଆଁ ଲାଗୁଥିବା ଜଣାପଡିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଏସିଆ ଏବଂ ୟୁରୋପରେ ୪.୮୦ଲକ୍ଷ କାର ପୁନଃନିର୍ମିତ ପାଇଁ ମଗାଯାଇଥିଲା। ଦକ୍ଷିଣ କୋରିଆରେ କାରରେ ନିଆଁ ଲାଗିବା ଭଳି ୩୦ଟି ଖବର ସାମ୍ନାକୁ ଆସିବାରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି।
ଏଭଳି ଘଟଣା ପାଇଁ କମ୍ପାନୀ ନିଜର ଗ୍ରାହକ ମାନଙ୍କୁ କ୍ଷମା ପ୍ରାଥନା କରିଛି। ଗ୍ରାହକ ମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ଏହି କାର ଗୁଡିକର ପୁନଃନିର୍ମାଣ କରିବାକୁ ପ୍ରତିଶୃତି ଦେଇଛି। ଏହି କାରରେ ଗ୍ଲାଇକଲ କୁଲିଂ ଫୁ୍‍ଲୁଏଡ ଲିକ ହୋଇଥିବାର ଆଶଙ୍କା କରାଯାଉଛି। ଯାହାଦ୍ୱାରା କାରରେ ଶୀଘ୍ର ଅଗ୍ନି ସଂଯୋଗ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories