www.samajalive.in
Thursday, December 11, 2025
27.1 C
Bhubaneswar

ଶିବପାଲଙ୍କ ଦଳର ନୂଆ ନାମ ‘ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ’

ଲକ୍ଷ୍ନୌ : ଶିବପାଲଙ୍କ ଦଳ ସମାଜବାଦୀ ନିରପେକ୍ଷ ମୋର୍ଚ୍ଚାର ନାମ ବଦଳିଯାଇଛି। ଏହା ‘ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ’ ନାମରେ ପଞ୍ଜିକୃତ ହୋଇଛି। ଏବେ ଏହି ପାର୍ଟି ନାମରେ ତାଙ୍କ ଦଳର ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମଙ୍ଗଳବାର ଗଣନା ସଂସ୍ଥାନଠାରେ ନିରପେକ୍ଷ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସଦସ୍ୟତା ଗ୍ରହଣ ସମାରୋହରେ ଶିବପାଲ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଶିବପାଲ କହିଥିଲେ ଯେ ସେ ସମାଜବାଦୀ ପାର୍ଟି (ଏସ୍‍ପି) ଛାଡ଼ିବାକୁ ଚାହୁଁନଥିଲେ। ତାଙ୍କୁ ସମାଜବାଦୀ ପାର୍ଟି ଛାଡ଼ିବାକୁ ବାଧ୍ୟ କରାଗଲା। ଏହାସହ ତୋଷାମଦ ଏବଂ ଚାଟୁକାରିତାରୁ ଦୂରରେ ରହିବାକୁ ସେ ନିଜ ଦଳର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏସ୍‍ପିରେ କେବଳ ଛାଟୁକାରିତା ଚାଲିଛି। ତାଙ୍କ ଦଳରେ ଏହା ହେବନାହିଁ। ତାଙ୍କ ଦଳରେ ବହୁ ସଂଖ୍ୟାରେ ବିଏସ୍‍ପି, କଂଗ୍ରେସ ଏଂବ ଏସ୍‍ପିର ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଆଗକୁ ଆଉ କେତେକ ନେତା ତାଙ୍କ ଦଳରେ ସାମିଲ ହେବେ ଓ ସେମାନେ ତାଙ୍କ ସହ ସମ୍ପର୍କରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏସ୍‍ପିର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ସିଂହ ଯାଦବଙ୍କୁ ପୁତୁରା ଅଖିଳେଶ ସିଂହ ଯାଦବ କୋଣଠେସା କରି ଦଳରୁ ବାହାରିବାକୁ ବାଧ୍ୟ କରିଥିଲେ । ଫଳରେ ଶିବପାଲ ଏସ୍‍ପି ତ୍ୟାଗ କରି ନୂତନ ଦଳ ଗଠନ କରିଥିଲେ । ଏବେ ଏହି ରାଜନୈତିକ ଦଳ ପଞ୍ଜିକୃତ ହୋଇଛି ଓ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚଳାଇଛି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories