Patra electronics

୨୨ ପରେ ବାତ୍ୟା – ଆଇଏମଡି ଡିଜି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ୨୨ ତାରିଖ ପରେ ଅବପାତଟି ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ନା ନଯିବ ସେନେଇ କୌଣସି ପୂର୍ବାନୁମାନ ହୋଇ ନାହିଁ। ଲଘୁଚାପରେ ପରିଣତ ହେବା ପରେ ଏହାର ଅଧିକ ସ୍ପଷ୍ଟତା ଆସିବ। ୨୨ ତାରିଖରେ ବାତ୍ୟା ରୂପ ନେଲା ବେଳକୁ ଏହା ସମୁଦ୍ରରେ ଥିବ। ଏହା କେଉଁ ଦିଗରେ ଯିବ,ତୀବ୍ରତା କେତେ ତାହା ପୂର୍ବାନୁମାନ ହୋଇ ନାହିଁ। ଲଘୁଚାପ ବା ଅବପାତ ହେଲା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ। ତେବେ ବାତ୍ୟା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ସେନେଇ କୌଣସି ସ୍ପଷ୍ଟତା ମିଳିନାହିଁ।

 

Comments are closed.