www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ ଚୋରିରେ ସଂପୃକ୍ତ ୩ ନାବାଳକଙ୍କ ସମେତ ୪ କୋର୍ଟଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନ ଅନ୍ତର୍ଗତ ଲପଙ୍ଗାରୁ ଏକ ବାଇକ ଚୋରି ଅଭିଯୋଗରେ ପୁଲିସ ୩ ନାବାଳକଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୫ ତାରିଖ ଦିନ ୩ ଜଣ ନାବାଳକ ଏକ ବୁଲେଟ ଚୋରି କରି ଝାରସୁଗୁଡା ସାହାପଡାର ଗିରିଜା ଶଙ୍କର ସାହାଙ୍କୁ ବିକ୍ରି କରିଥିଲେ। ଠେଲକୋଲୋଇ ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଶନିବାର ପୁଲିସ ସାହାପଡାରୁ ଚୋରି ବାଇକ ଉଦ୍ଧାର କରିବା ସହ ବାଇକ୍ କିଣିଥିବା ଗିରିଜା ଶଙ୍କର ସାହାଙ୍କୁ କୋର୍ଟଚାଲାଣ କରିଥିବା ବେଳେ ୩ ନାବାଳକ ଅଭିଯୁକ୍ତଙ୍କୁ କିଶୋର ନ୍ୟାୟାଳୟ ବୋର୍ଡରେ ହାଜର କରାଯାଇଥିଲା।
ଗିରିଜା ଶଙ୍କରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ଏବଂ ଅଭିଯୁକ୍ତ ୩ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories