www.samajalive.in
Sunday, December 7, 2025
15.1 C
Bhubaneswar

କଣ୍ଟାମାଳ ବ୍ଲକରେ ଜାତି ମୁଖିଆମାନଙ୍କୁ ନେଇ ବାଲ୍ୟ ବିବାହ ନିରୋଧ କର୍ମଶାଳା

ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟ ମହନ୍ତଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ପାଇଁ ଜାତି ମୁଖିଆମାନଙ୍କ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ ୧୦ଟି ଜାତି ସମାଜର ମୁଖିଆ ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ସୁପରଭାଇଜର ମାନେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ, ସମସ୍ତ କିଶୋର କିଶୋରୀ ମାନଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢ଼ୀ ବାଲ୍ୟ ବିବାହ ଯୋଗୁଁ କିଶୋର କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଜିଲା ବାଲ୍ୟ ବିବାହ ନିରୋଧ କାର୍ଯ୍ୟକ୍ରମର ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଜିଲା ଓ କଣ୍ଟାମାଳ ବ୍ଲକରେ ବାଲ୍ୟ ବିବାହ ସ୍ଥିତି, ଏହାର କାରଣ ଓ ଆଇନଗତ ପ୍ରାବଧାନ ଉପରେ କର୍ମଶାଳାରେ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ ।

- Advertisement -

ଏହି କର୍ମଶାଳାରେ ଜାତି ସମାଜର ମୁଖିଆମାନେ ବିବାହ ବେଳେ ବୟସ ପ୍ରମାଣପତ୍ର ପାଇଁ ଆଧାରକାର୍ଡ ପରିବର୍ତ୍ତେ ଅଙ୍ଗନବାଡିର ରେଜିଷ୍ଟ୍ରର ଓ ବିଦ୍ୟାଳୟ ପ୍ରବେଶ ରେଜିଷ୍ଟ୍ରର ଅନୁସାରେ ବୟସ ସ୍ଥିର କରିବାକୁ ନିଷ୍ପତ୍ତି ନେଲେ ଓ ସମସ୍ତ ମୁଖିଆମାନେ ନିଜ ନିଜର ବିବାହ ରେଜିଷ୍ଟ୍ରର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ସୁପରଭାଇଜର ରଶ୍ମିରାଣୀ ଦିଗାଲ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories