www.samajalive.in
Monday, December 8, 2025
20.1 C
Bhubaneswar

ଓକିଲ ସଂଘ ପକ୍ଷରୁ ଶୋଭାଯାତ୍ରା ଏବଂ ଦାବିପତ୍ର ପ୍ରଦାନ

କାମାକ୍ଷାନଗର: କାମାକ୍ଷାନଗର ବରିଷ୍ଠ ଓକିଲ ଶଶଧର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣରେ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନଥିବା ପ୍ରତିବାଦରେ ଶୁକ୍ରବାର ଓକିଲ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏଠାରେ ପ୍ରକାଶଯୋଗ୍ୟ, ଶଶଧର ଗତ ୨୮ ତାରିଖରେ କେତେକ ଗୁଣ୍ଡା ଶ୍ରେଣୀୟ ଯୁବକଙ୍କ ଆକ୍ରମଣର ଶିକାର ହୋଇ ଏବେ ଗୁରୁତର ଭାବେ ଚିକିତ୍ସାଧୀନ ଅଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ ଗିରଫ କରିବାରେ ସମର୍ଥ ହୋଇ ପାରିନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଗୁରୁବାର କାମାକ୍ଷାନଗର ୧୨ଘଣ୍ଟିଆ ବନ୍ଦ ଡାକରା ଦେଇ ସଫଳ ହୋଇଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କେହି ଓକିଲମାନଙ୍କ ପାଖକୁ ଆସି ନଥିଲେ। ଫଳରେ ପୁନଶ୍ଚ ଶୁକ୍ରବାର ଓକିଲମାନେ ଶାନ୍ତିପୂର୍ଣ୍ଣ ଭାବେ ଏକ ଶୋଭାଯାତ୍ରାରେ ବାହାରି ପୁଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପ୍ରରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories