www.samajalive.in
Sunday, December 7, 2025
26.1 C
Bhubaneswar

ଚିନ୍ତା ସମସ୍ୟାକୁ ଦୂର ପାଇଁ ଏକା ନୁହେଁ ଏକାଠି କରନ୍ତୁ ଭୋଜନ

ଏକାଠି ଭୋଜନ ଓ ଏକୁଟିଆ ଭୋଜନର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ଏକୁଟିଆ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ। ଏକୁଟିଆ ଖାଉଥିବା ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ଅଧ୍ୟୟନ ଅନୁଯାୟୀ ୧୦୦୦ ଲୋକଙ୍କ ଖାଦ୍ୟ ସେବନର ଶୈଳୀକୁ କିଛି ତଥ୍ୟ ସାମ୍ନାକୁ ଆସିଛି। ଜାଣନ୍ତୁ…
ଏକୁଟିଆ ଭୋଜନ ଓ ପରିବାର ସଦସ୍ୟ କିମ୍ବା ସାଙ୍ଗମାନଙ୍କ ସହ ଭୋଜନକୁ ନେଇ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏକୁଟିଆ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇବା ସହ ମନ ଅଶାନ୍ତ ରହିଥାଏ। ସର୍ବଦା ଚିନ୍ତାଗ୍ରସ୍ତ ରହିଲେ ଏହା ହୃଦୟପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଏକୁଟିଆ ଖାଇବାର ଅଭ୍ୟାସକୁ ଯଥାସମ୍ଭବ କମ କରିବାକୁ ଚେଷ୍ଟା କରନ୍ତୁ। ଏକାଠି ମିଶି ଖାଦ୍ୟ ଖାଇଲେ ଚିନ୍ତା ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଆତ୍ମସନ୍ତୋଷ ସହ ଅନ୍ୟମାନଙ୍କ ସହ ଏକ ଭାବନା ଜଡିତ ହୋଇ ରହିଥାଏ।
ଅଧ୍ୟୟନରେ ସାମିଲ ହୋଇଥିବା ୬୫% ମଧ୍ୟମ ଧରଣର ମାନସିକ ଚିନ୍ତା ଓ ୨୭% ଅଧିକ ମାନସିକ ଦୁଃଶ୍ଚିନ୍ତା ସହ ଜଡିତ। ଏମାନଙ୍କୁ ପରିବାର,ସାଙ୍ଗସାଥି ଓ ଏକୁଟିଆ ଭୋଜନର ଅଭ୍ୟାସକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଏମାନଙ୍କ ମଧ୍ୟରୁ ୧୦ ରୁ ୭ ଜଣଙ୍କ କହିବାନୁଯାୟୀ ଏକାଠି ଖାଇବା ଦ୍ୱାରା ସେମାନଙ୍କ ଚିନ୍ତା ସମସ୍ୟା ଖୁବ ଶୀଘ୍ର ଦୂର ହୋଇଥିଲା।
ସେହିପରି ୫୯% ଲୋକଙ୍କ କହିବାନୁଯାୟୀ ସେମାନେ ଏକାଠି ଖାଇବା ସହ ନିଜ ଖାଦ୍ୟକୁ ପରସ୍ପର ସହ ବାଣ୍ଟି ଖାଇ ଥାଆନ୍ତି। ଏହାସହ ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଆନ୍ତି। କାର୍ଯ୍ୟ ଓ ଦୈନନ୍ଦିନ ଜୀବନରେ ବ୍ୟସ୍ତ ରହିଥିଲେ ମଧ୍ୟ ସେମାନେ ସମୟ ବାହାର କରି ଏକାଠି ଭୋଜନ କରନ୍ତି। ୬୭% ଲୋକେ ଏକାଠି ଖାଇବାର ଉପକାରୀତାକୁ ସ୍ୱୀକାର କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories