www.samajalive.in
Thursday, December 11, 2025
27.1 C
Bhubaneswar

ନବରଙ୍ଗପୁର ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର: ଆଇନଜୀବୀ ଅବନୀକାନ୍ତ ଦାଶଙ୍କ ବିୟୋଗରେ ଜିଲ। ଆଇନଜୀବୀ ସଂଘ ତରଫରୁ ଜିଲ। ଅଦାଲତ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ସଞ୍ଜୀବ ଦୁବେ, ପରିବାର ଅଦାଲତ ବିଚାରପତି ଡଃ. ମୁନରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ଅତିରିକ୍ତ ଜିଲ। ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ। ଜଜ୍ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସଡିଜେଏମ୍ ପ୍ରଜ୍ଞା ପଣ୍ଡା ଓ ଜିଲ। ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ମଞ୍ଚାସୀନ ଥିଲେ।

ଏଥିରେ ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ଦାଶ ଦୀର୍ଘ ଦୁଇ ବର୍ଷରୁ ଅଧିକ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ। ୫୦ ବର୍ଷ ବୟସରେ ତାଙ୍କର ଦହଣା ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ଆଇନଜୀବୀ ହେବା ସହ ଶ୍ରୀ ଜଗନ୍ନାଥ ଭଜନ ଓ ବାଣୀ କଣ୍ଠ ନିମାଇ ଚରଣ ହରିଚନ୍ଦନଙ୍କ ଭଜନ ପରିବେଷଣ କରି ଜଣେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ସଂଘ ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ସରକାରୀ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା, ମାନସ ତ୍ରିପାଠୀ, ସିରାଜୁଦ୍ଧିନ ଅହମ୍ମଦ, ସନ୍ତୋଷ ମିଶ୍ର ପ୍ରମୁଖ ସ୍ମୃତି ଚାରଣ କରି ସ୍ୱର୍ଗତ ଦାଶଙ୍କ ବିୟୋଗ ଜିଲ। ଆଇନଜୀବୀ ସଂଘର ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପ୍ରସାଦ ପାଢ଼ୀ, ଉମା ଶଙ୍କର ତ୍ରିପାଠୀ, ରଘୁନାଥ ପାଢ଼ୀ, ଗଜପତି ପଟ୍ଟନାୟକ, ଗଜେନ୍ଦ୍ର କୁମାର ଦାସ, ଦେବୀ ପ୍ରସାଦ ସିଂ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀ କାନ୍ତ ମିଶ୍ର, ଅରୁଣ କୁମାର ମହାନନ୍ଦିଆ, କିଶୋର କୁମାର ପଟ୍ଟନାୟକ, ଦାମୋଦର ତ୍ରିପାଠୀ, ପ୍ରସନ୍ନ କୁମାର ପଟ୍ଟନାୟକ, ସ୍ନେହଲତା ଦେବୀ, ଜେନିଫର ସୁନା, ସୁରଜ ନାୟକ, ସଞ୍ଜୟ ପ୍ରଦୀପ ସୁନା, ପ୍ରଫୁଲ୍ଲ ସିଂ, ପଙ୍କଜିନୀ ତ୍ରିପାଠୀ, ରାଜ କିଶୋର ନାଗ, ସୁଦାମ କୁମାର ସରିବୁ, ସି. ଏଚ୍. ଚନ୍ଦ୍ର ଶେଖର ରାଓ, ପ୍ରଶାନ୍ତ ପଟ୍ଟନାୟକ, ଅଜିତା ଦାସ, ସନ୍ତୋଷ ନାୟକ, ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories