www.samajalive.in
Tuesday, December 9, 2025
17.1 C
Bhubaneswar

ହାଇୱା ଧକ୍କାରେ ସ୍ବାମୀ-ସ୍ତ୍ରୀ ମୃତ

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଜାତୀୟ ରାଜପଥ-୨୬ରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ସିନଖମନ ଛକରେ ହାଇୱା ଧକ୍କାରେ ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। ମୃତକମାନେ ହେଲେ କଳାହାଣ୍ଡି ଜିଲା ଏମ୍.ରାମପୁର ବ୍ଳକ ଅଲାତରା ଗାଁର ପ୍ରଦୀପ ସାହୁ ଓ ପ୍ରତିମା ସାହୁ। ଏମ୍.ରାମପୁର ବ୍ଳକ ଅଲାତରା ଗାଁର ପ୍ରତିମା ସାହୁ ଭାଇ ଜିଉଁତିଆ ପାଇଁ ବଲାଙ୍ଗିର ବାପା ଘରକୁ ଆସିଥଲେ । ମଙ୍ଗଳବାର ସେ ସ୍ଵାମୀ ପ୍ରଦୀପଙ୍କ ସହ ଅଲାତରାକୁ ବାଇକରେ ଫେରୁଥିଲେ। ସିନଖମନ ଛକରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଦୀପ ଓ ପ୍ରତିମାଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଦେଓଗାଁ ଥାନାରେ ଆତ୍ମସମର୍ପଣ କରିଥିବା ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories