www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ଏବଂ ବାୟୋଇନଫର୍ମାଟିକ୍ସ ବିଭାଗରେ ଡ଼ିଏସଟି-ଫିଷ୍ଟ ସମର୍ଥିତ “ପଶୁସେଲ ସଂସ୍କୃତି  କୌଶଳ ଏବଂ ଡ଼୍ରଗ ଅଣୁଗୁଡ଼ିକର ସ୍କ୍ରିନିଂ” ଉପରେ ଏକ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ, ଏଥିରେ ଦେଶର ୩୦ ଜଣ ଅଧ୍ୟାପକ, ପୋଷ୍ଟଡ଼କ୍ଟରାଲ ଅନୁସଂନ୍ଧାନକାରୀ ଏବଂ ଡକ୍ଟରାଲ ଛାତ୍ର ଅଂଶଗ୍ରହଣ କରିବେ ।

କାର୍ଯ୍ୟକ୍ରମକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ(ଡିଏସଟି) ସ୍ତୁତି(ବୈଜ୍ଞାନିକ ଏବଂ ବୈଷୟିକ ଭିତ୍ତିଭୂମି ବ୍ୟବହାର କରୁଥିବା ସିନର୍ଜିଷ୍ଟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ)  ଅନୁଦାନ ପ୍ରାପ୍ତ । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଗାନ୍ଧୀନଗର ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ(ପିଏମୟୁ) ଭାବରେ ପରିଚିତ । ଆଜିର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଅଶୋକ କୁମାର ବେହେରା ଏବଂ ସଂଯୋଜକ ତଥା ବାୟୋଟେକ୍ନୋଲୋଜି ଏବଂ ବାୟୋଇନଫର୍ମାଟିକ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାୟକ କର୍ମଶାଳାର ଉଦ୍ୟେଶ ଜ୍ଞାପନ କରିଥିଲେ ।

- Advertisement -

କର୍ମଶାଳାର ପ୍ରଶିକ୍ଷକ ଭାବରେ ବିଭାଗର ଅଧ୍ୟାପକ ଡ. ବୀରେନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ପି କେ ବେହେରା, ଚେୟାର ପ୍ରଫେସର ସଞ୍ଜତ କୁମାର ସାହୁ, ବିଭାଗୀୟ ଅଧ୍ୟାପକ ଡ ଅମୀୟ କୁମାର ପଟେଲ, ଡ ଭାବାନୀ ପ୍ରସାଦ ବାଗ, ଡ ଚୁମକିଜିନି ଛତ୍ରିଆ ଏବଂ ଡ ଇଶ୍ୱର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନମୁନାଗୁଡ଼ିକର ଚରିତ୍ର ଏବଂ ଯନ୍ତ୍ରର ଉପକାରିତା ପ୍ରଦର୍ଶିତ ହେବ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories