www.samajalive.in
Tuesday, December 9, 2025
16.1 C
Bhubaneswar

କାର୍ତ୍ତିକମାସର ପ୍ରଥମ ସୋମବାର; ଆରଡି ପୀଠରେ ଭକ୍ତଙ୍କ ଭିଡ

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମସ୍ଥ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଚଳିତ ସୋମବାର ଥିଲା କାର୍ତ୍ତିକମାସର ପ୍ରଥମ ପାଳି। ଏହି ଅବସରରେ ମଣିବାବାଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ପୀଠରେ ସମାଗମ ହୋଇଥିଲା । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ସେବାୟତମାନଙ୍କ ପକ୍ଷରୁ ସହଳ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମନ୍ଦିରର ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳଆଳତୀ ସହ ଘର୍ଷଣଲାଗି, ଜଳାଭିଷେକ, ବାଲ୍ୟଭୋଗ ଆଦି ନୀତିକାନ୍ତି ୫ଟା ସୁଧା ସମ୍ପନ୍ନ କରାଯାଇ ଆଗନ୍ତୁକ ଭକ୍ତମାନଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ୯ଟାରେ ପଅଡଖିଆ ନୀତି, ୧ଟାରେ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ବଡନୀତିଭୋଗ ଲାଗି ହେବା ପରେ ଏକଗଣ୍ଟା ଅବକାଶ(ଶୟନ) ନୀତି କରାଯାଇଥିଲା। ପରେ ୪ଟାରେ ମନ୍ଦିର ଗମ୍ଭୀରା ସଫେଇ କରାଯାଇ ସୁବାଷିତ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାର ଲାଗି କରାଯାଇ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ ନିମନ୍ତେ ଅପେକ୍ଷା କରିଥିବା ଭକ୍ତମାନେ ସ୍ୱତନ୍ତ୍ର ଧାଡିରେ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସଂଧ୍ୟା ୬ଟାରେ ଷୋଡଶ ଉପଚାର ପୂଜା ସହ ଆଳତୀ ଓ ରାତ୍ର ୧୦ଟାରେ ଦହିପଖାଳ ଭୋଗ ଲାଗି କରାଯାଇ ମଣିବାବାଙ୍କୁ ପହୁଡ କରାଯିବ ବୋଲି ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପଟେ ଏକମାସ ବ୍ୟାପି ବ୍ରତ ରଖିଥିବା ହଭିଷାଳୀ ଭକ୍ତମାନେ ମନ୍ଦିର ମଧ୍ୟରେ କାର୍ତ୍ତିକ ମହାତ୍ମ୍ୟ ପଠନ କରିବା ସହ ନାମଯଜ୍ଞ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories