www.samajalive.in
Monday, December 8, 2025
27.1 C
Bhubaneswar

ରେଙ୍ଗାଲି ବ୍ଲକର ବିଭିନ୍ନ ଗ୍ରାମରେ ବଏଲ୍‍ ଯାତ୍ରା

ରେଙ୍ଗାଲି: ରେଙ୍ଗାଲି ବ୍ଲକର ସାଳଡ, ମଙ୍ଗଳପୁର, ପୁଡାପଡ଼ା, ବମାଲୋଇ, ରୁନିମହୁଲ, ପରଦେଶୀପାଲି ଆଦି ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ବଏଲ୍‍ଦ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ଅପରାହ୍ନରେ ଦେବୀ ସମଲେଶ୍ୱରୀଙ୍କୁ ଶାକ୍ତ ବିଧି ପରମ୍ପରା ଅନୁସାରେ ଚଣ୍ଡିପାଠ, ହୋମ ପୂଜା ଅର୍ଚ୍ଚନା କରାଯାଇଥିଲା। ରାତିରେ ଦେବୀ ବାହାନ ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୂଜକ ମନ୍ତ୍ର ତନ୍ତ ପ୍ରୟୋଗ କରିଥିଲେ। ପୂଜକଙ୍କ ମନ୍ତ୍ର ଦ୍ୱାରା ବରୁଆ ଶରୀରରେ ଦୈବୀ ଶକ୍ତି ସଂଚରିତ ହେଲା ପରେ ଦେବୀ ସମଲେଶ୍ୱରୀ ବରୁଆ ଶରୀରରେ ବିଜେ କରି ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ଆଶିର୍ବାଦ ପ୍ରଦାନ ପାଇଁ ଗ୍ରାମ ପରିକ୍ରମା କରିଥିଲେ।

ଗ୍ରାମ ପରିକ୍ରମା ଅବସରରେ ଦେବୀ ବାହାନ ବରୁଆକୁ ପ୍ରତିଘରେ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇ କେତେକ ଘରେ ଛେଳି, କୁକୁଡା ବଳି ଏବଂ କେତେକ ଘରେ ଫଳମୂଳ ଭୋଗ ନୈବେଦ୍ୟ ପ୍ରଦାନ କରାଯାଇଥିଲା। ଗ୍ରାମ ପରିକ୍ରମା ସାରି ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ କାଲପରେ ବଏଲ୍‍ ଯାତ୍ରା ସମାପିତ ହୋଇଥିଲା। ପୂଜା କମିଟୀ ସଦସ୍ୟଙ୍କ ତତ୍ତ୍ୱାଧାନ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ବଏଲ୍‍ ଯାତ୍ରା ଅବସରରେ ନାଟକ, କୃଷ୍ନଗୁରୁ ଭଜନ, ଅର୍କେଷ୍ଟ୍ରା ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଆଶିର୍ବାଦ ଗ୍ରହଣ କରିବାକୁ ଯାତ୍ରାରେ ପ୍ରବଳ ଜନଗହଳି ହୋଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ନିର୍ବାଚିତ ପ୍ରତିନିଧି ବଳିଯାତ୍ରା ଦେଖିବାକୁ ଆସି ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories